ପୁଣି ଚମକିଲେ ରୋକୋ । ଆଇସିସି ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଜଲୱା ଜାରି। ଦିନିକିଆରେ ଏକ ନମ୍ବରେ ସ୍ଥାରେ ଅଛନ୍ତି ହିଟ ମ୍ୟାନ। ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲଗାତାର ୨ଟି ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ସହ ପଏଣ୍ଟ ଟେବୁଲର ନମ୍ବର ୨ରେ ପହଞ୍ଚିଛନ୍ତି କିଙ୍ଗ କୋହଲି। ବୁଧବାର ଜାରି ଆଇସିସି ରାଙ୍କିଙ୍ଗରେ ଉଭୟ ରୋହିତ ଏବଂ ବିରାଟ ଦିନିକିଆରେ ନିଜର ଦବଦବା ରଖିଥିବା ଦେଖିବାକୁ ମିଳିଛି।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜରେ ୩୦୨ ରନ କରି ପ୍ଲେୟାର ଅଫ୍ ଦି ସିରିଜ୍ ବିବେଚିତ ବିରାଟ ଦୁଇଟି ସ୍ଥାନ ଉପରକୁ ଉଠିଛନ୍ତି। ରୋହିତ ସିରିଜରେ ୧୪୬ ରନ କରି ତାଙ୍କଠାରୁ ମାତ୍ର ଆଠ ରେଟିଂ ପଏଣ୍ଟ ଆଗରେ ଅଛନ୍ତି। ଭାରତର ପରବର୍ତ୍ତୀ ଏକଦିବସୀୟ ଟୁର୍ଣ୍ଣାମେଣ୍ଟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହେବ।
ଯାହା ଜାନୁଆରୀ ୧୧ରୁ ଆରମ୍ଭ ହେଉଛି। ସମସ୍ତଙ୍କ ନଜର ନମ୍ବର ୱାନ୍ ସ୍ଥାନ ପାଇଁ କୋହଲି-ରୋହିତଙ୍କ ଦୌଡ଼ ଉପରେ ରହିବ। କୋହଲିଙ୍କ ବ୍ୟତୀତ କେଏଲ ରାହୁଲ ମଧ୍ୟ ବ୍ୟାଟସମ୍ୟାନଙ୍କ ପାଇଁ ଏକଦିବସୀୟ ରାଙ୍କିଙ୍ଗରେ ଦୁଇ ସ୍ଥାନ ଉପରକୁ ଉଠି ଦ୍ୱାଦଶ ସ୍ଥାନରେ ପହଞ୍ଚିଛନ୍ତି। ବୋଲରଙ୍କ ମଧ୍ୟରେ, କୁଲଦୀପ ଯାଦବ ତିନି ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି।

