ସଂଚାର ବ୍ୟୁରୋ; ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଲେ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। ବର୍ତ୍ତମାନର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ଵକୁ ନେଇ ଉଠାଇଲେ ପ୍ରଶ୍ନ। ଲେଖିଥିବା ଚିଠିରେ ଏ ବିଷୟ ଉଲ୍ଲେଖ କରିଛନ୍ତି। ନେତୃତ୍ଵର ନବୀକରଣ କରାଯାଉ ବୋଲି କହିଛନ୍ତି ମହମ୍ମଦ ମୋକିମ। ଓଡ଼ିଶା କଂଗ୍ରେସର ପୁନରୁଦ୍ଧାର ଓ ପୁନର୍ଜୀବିତ କରାଯାଉ ବୋଲି ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ଜଣାଇଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ।

