ସଂଚାର ବ୍ୟୁରୋ: ମହଙ୍ଗା ହେଲା ରୁପା । ଦିନକରେ ରୁପା ଦର ୯ ହଜାର ଟଙ୍କା ବୃଦ୍ଧି ପାଇଛି । ଏଥିସହ ପ୍ରଥମଥର ପାଇଁ ରୁପା କେଜି ପିଛା ମୂଲ୍ୟ ୨ ଲକ୍ଷ ପାର୍ କରିଛି । ଆଜି ଚେନ୍ନାଇରେ ରୁପା କେଜି ପିଛା ଦର ରହିଛି ୨ ଲକ୍ଷ ୭ ହଜାର ଟଙ୍କା । ସେହିଭଳି ଦିଲ୍ଲୀରେ ରୁପା ଦାମ ୧ ଲକ୍ଷ ୯୯ ହଜାର ଟଙ୍କା ରହିଛି । ଦେଶର ପ୍ରାୟ ସମସ୍ତ ରାଜ୍ୟରେ ରୁପା ସର୍ବକାଳୀନ ରେକର୍ଡ ଭାଙ୍ଗି ଚଢ଼ା ଦାମରେ ବିକ୍ରି ହେଉଛି । ଜୁଏଲାରୀ ବାଦ୍ ରୁପାର ବ୍ୟବହାର ମୋବାଇଲ୍ ଓ ବ୍ୟାଟେରି ତିଆରି ସହ ସୋଲାର ପ୍ୟାନେଲ୍ ହେଉଛି । କିନ୍ତୁ ଆବଶ୍ୟକତା ଅନୁସାରେ ବଜାରରେ ରୁପା ଉପଲବ୍ଧ ନାହିଁ ।
ଅନ୍ୟପଟେ ଆଶା ରହିଛି ଆମେରିକା ଶୀଘ୍ର ହିଁ ସୁଧ ହାର ହ୍ରାସ କରିବ । ଏଭଳି ସ୍ଥିତିରେ ଲୋକେ ସେମାନଙ୍କ ନିବେଶକୁ ସୁନା ଓ ରୁପାରେ ଲଗାଉଛନ୍ତି । ଫଳରେ ସୁନା ଭଳି ରୁପାର ଚାହିଦା ବଢ଼ିବା ସହ ଦର ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ଚଳିତ ବର୍ଷ ଆରମ୍ଭରେ ରୁପା କେଜି ପିଛା ଲକ୍ଷେ ୩୩୩ ଚଙ୍କା ରହିଥିଲା । ବର୍ଷକ ଭିତରେ ଦର ପ୍ରାୟ ୧ ଲକ୍ଷ ଟଙ୍କା ବଢ଼ିଛି । ଅର୍ଥାତ୍ ରୁପା ଦର ବର୍ଷକରେ ଦୁଇ ଗୁଣ ହୋଇଛି ।
