ସଂଚାର ବ୍ୟୁରୋ: ଏଣିକି ଆଉ ପରିଚୟ ଯାଞ୍ଚ ପାଇଁ ଆଧାରର ହାର୍ଡ କପି ଆବଶ୍ୟକ ହେବନାହିଁ। ଅନଲାଇନରେ ଆଧାର କ୍ୟୁଆର କୋଡ୍ ମୋବାଇଲ ଆପ୍ ଯୋଗେ ଯାଞ୍ଚ କରାଯିବ। ହୋଟେଲ ରହଣୀ, ଯାତ୍ରୀସେବା କ୍ଷେତ୍ରରେ ଅନଲାଇନ ଆଧାର ଭେରିଫିକେସନ ବ୍ୟବସ୍ଥା ଲାଗୁ ହେବ।ଖୁବଶୀଘ୍ର UIDAI ଏକ ମାର୍ଗଦର୍ଶିକା ଜାରି କରିବାକୁ ଯାଉଛି। ଯେଉଁ ସଂସ୍ଥା ଆଧାର ଯୋଗେ ବ୍ୟକ୍ତିଙ୍କର ପରିଚୟପତ୍ର ଯାଞ୍ଚ କରିବେ ସେମାନେ UIDAIରେ ପଞ୍ଜୀକୃତ କରିବା ସହ API ଦ୍ଵାରା କୌଣସି ବ୍ୟକ୍ତିଙ୍କ ଠାରୁ ଆଧାରର କପି ସଂଗ୍ରହ ନକରି ଅନଲାଇନ ଯୋଗେ ଯାଞ୍ଚ କରିବେ। ଆଉ ଯାଞ୍ଚ ପାଇଁ କୌଣସି ବ୍ୟକ୍ତିଙ୍କୁ ଆଧାରର ଜେରକ୍ସ କିମ୍ବା ପ୍ରିଣ୍ଟେଡ୍ କପି ଦେବାକୁ ପଡିବନି। ଏଥିରେ ମାନସିକ ଅବସାଦଗ୍ରସ୍ତ ରୋଗୀଙ୍କ ପାଇଁ ଆବଶ୍ୟକ ହେଉଥିବା ଔଷଧ କିଣିବାକୁ ସେମାନଙ୍କ ଆଧାର ନମ୍ବର ଅନଲାଇନରେ ଯାଞ୍ଚ କରାଯାଇପାରିବ।
ଏହା ସହିତ କୌଣସି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ପରିଚୟପତ୍ର ଯାଞ୍ଚବେଳେ ଅନଲାଇନ ଆଧାର ଭେରିଫିକେସନକୁ ଗ୍ରହଣ କରାଯିବ। ଏହି ଅନଲାଇନ ଆଧାର ବ୍ୟବସ୍ଥାରେ ଠିକଣାକୁ ଅପଡେଟ୍ କରାଯାଇପାରିବ। ପରିବାର ସଦସ୍ୟ ବୃଦ୍ଦି ହେଲେ ଏଥିରେ ସଂଶୋଧନ କରିହେବ।UIDAI ଏଭଳି ଏକ ବ୍ୟବସ୍ଥା ବ୍ୟବହାର କରିବାକୁ ଯାଉଛି ଯେଉଁଥିରେ ତୃତୀୟ ପକ୍ଷ ସର୍ଭର ଉପରେ ଭରସା କରିବାକୁ ପଡିବ ନାହିଁ। ଏହା ସହିତ ବ୍ୟକ୍ତିଗତ ତଥ୍ୟ ଚୋରି ସହ ପରିଚୟର ଗୋପନୀୟତା ବଜାୟ ରହିବ। ଆଗାମୀ ଦେଢ ବର୍ଷ ଭିତରେ ସାରା ଦେଶରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି।

