ସଂଚାର ବ୍ୟୁରୋ: ଜାଡ଼ରେ ଥରୁଛି କନ୍ଧମାଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶା। କନ୍ଧମାଳ ଜି.ଉଦୟଗିରିରେ ସବୁଠୁ ଅଧିକ ଖସିଛି ପାରଦ। ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରି ସେଲସିଅସ ରେକର୍ଡ଼ କରାଯାଇଛି। ସେପଟେ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ଜାରି ରହିଛି। ଆଗାମୀ ୬ ଦିନ ଯାଏ ଜାଡ଼ରୁ ମୁକ୍ତି ନାହିଁ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଭାଗ। ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ସୋନପୁର, ବଲାଙ୍ଗୀରରେ ଘନ କୁହୁଡ଼ି ପଡ଼ିବ। ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ କୋରାପୁଟ ଘନ କୁହୁଡି ଦେଖାଯିବାର ସମ୍ଭାବନା ରହିଛି । ଝାରସୁଗୁଡା ଓ ଅନୁଗୁଳରେ ଜାରି ରହିବ ଶୀତ ଲହରୀ। ରାଉକେଲାରେ ୮.୧ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ଦାରିଙ୍ଗିବାଡ଼ି ୮, ଫୁଲବାଣୀରେ ୮.୫, ଝାରସୁଗୁଡା ୮.୬ ଡିଗ୍ରି ସେଲସିଅସ ସର୍ବନିମ୍ନ ତାପାମାତ୍ର ରେକର୍ଡ କରାଯାଇଛି । ସେହିପରି ସିମିଳିଗୁଡ଼ା ୭.୫ ଡିଗ୍ରି ସେଲସିଅସ ରେକର୍ଡ଼ କରାଯାଇଛି। ଆଗାମୀ ୬ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ ବର୍ଷା ହେବାର ସମ୍ଭାବନା ନାହିଁ ।

