ସଂଚାର ବ୍ୟୁରୋ: ବଲାଙ୍ଗୀର ବସ ଟର୍ମିନାଲ ସାମ୍ନାରେ ଅଘଟଣ I ନିଶାସକ୍ତ ଟ୍ରାକ୍ଟର ଡ୍ରାଇଭରର ଉନ୍ମତକାଣ୍ଡ I ଭାରସାମ୍ୟ ହରାଇ ରାସ୍ତାକଡ ଦୋକାନକୁ ମାଡ଼ିଗଲା ପୌରପାଳିକାର ପାଇଖାନା ସଫେଇ ଟ୍ରାକ୍ଟର I ଡ୍ରାଇଭର ମଦ୍ୟପାନ କରି ଗାଡି ଚାଳନା କରୁଥିବା ବେଳେ ଭାରସାମ୍ୟ ହରାଇ ଅଘଟଣ ଘଟାଇଛି I ଦୁର୍ଘଟଣାରେ ଦୋକାନ ସାମ୍ନାରେ ଛିଡା ହୋଇଥିବା ଲୋକେ ସାମାନ୍ୟ ଆହାତ ହୋଇ ଅଳ୍ପକେ ରକ୍ଷା ପାଇଥିବା ବେଳେ ମୋଟର ସାଇକେଲ ଉପରେ ମାଡି ଯାଇଛି ଟ୍ରାକ୍ଟର I ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଦୃତଗତି ଗାଡି ଚାଳନା କରୁଥିବା ବେଳେ ଦୁର୍ଘଟଣା ଘଟାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି I ରାସ୍ତା କଡ ଠେଲାକୁ ପିଟି ପାଖରେ ଥିବା ବାଇକ , ସ୍କୁଟି ସାଇକେଲକୁ ଧକ୍କା ଦେବା ସହ ଦୋକାନ ଭିତରକୁ ପଶି ଯାଇଥିଲା I ଦୁର୍ଘଟଣା ପରେ ଘଟଣାସ୍ଥଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା I ଡ୍ରାଇଭରକୁ ଲୋକେ ମାଡ ମାରିବା ସହ ଅଟକ ରଖି ଟାଉନ୍ ଥାନା ପୋଲିସର ଜିମା ଦେଇଥିଲେ I ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଲୋକଙ୍କ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛି I କ୍ଷତିପୂରଣ ଦାବି କରିଛନ୍ତି ଲୋକେ I ଘଟଣା ନେଇ ବଲାଙ୍ଗୀର ପୌରପାଳିକାର ପ୍ରତିକ୍ରିୟା ମିଳିପାରିନାହିଁ I

