ସଂଚାର ବ୍ୟୁରୋ: ସୁବର୍ଣ୍ଣପୁର ମହାନଦୀ ପୋଲ ଉପରୁ ଅଜଣା ବାଇକ ଉଦ୍ଧାର।ବିଳମ୍ବିତ ରାତିରେ ସୋନପୁର ପୋଲିସ ପାଟ୍ରୋଲିଙ୍ଗ କରୁଥିବା ସମୟରେ ମହାନଦୀ ପୋଲ ଉପରେ ଏକ ଟିଭିଏସ ଆପାଚି ବାଇକ ରଖାଯାଇଥିବା ଦେଖିବାକୁ ମିଳିଥିଲା। ବାଇକ ନମ୍ବରଟି ବଲାଙ୍ଗୀର ଜିଲ୍ଲାର ହୋଇଥିବା ବେଳେ କେହି ବାଇକ ରଖି ନଦୀକୁ ଡେଇଁ ପଡିଥିବା ଅନୁମାନ କରାଯାଉଛି। ପୋଲିସ ପୋଲ ଉପରେ ଥିବା ବାଇକଟିକୁ ଉଦ୍ଧାର କରି ଥାନାରେ ରଖିଛି। ଯୁବକ ଜଣକ କିଏ ଓ ବାଇକ ରଖି କୁଆଡେ ଚାଲି ଯାଇଛନ୍ତି। ତାହା ତଦନ୍ତ ଆରମ୍ଭ କରିଛି।