ଦନ୍ତା ହାତୀ ଆକ୍ରମଣରେ ଦମ୍ପତି ମୃତ । ବଲାଙ୍ଗୀର ଜିଲ୍ଲା ଭାନପୁର ପଞ୍ଚାୟତ ଚାବ୍ରିପାଲି ଗାଁରେ ଅଭାନୀୟ ଘଟଣା। ରାତି ଅଧିରେ ଦମ୍ପତି ଘରେ ଶୋଇଥିବା ସମୟରେ ଦନ୍ତା ହାତୀଟି ଘର ଭିତରେ ପଶି ଜିନିଷ ପତ୍ର ଭାଙ୍ଗିବା ସହ ଦୁଇ ଜଣଙ୍କୁ ଗୋଡରେ ଚାପି ଦେଇଥିବା ବେଳେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ନିଲାମ୍ବର ବରିହା ଓ ଯଶୋବନ୍ତୀ ବରିହା।ଘଟଣାସ୍ଥଳରେ ବନବିଭାଗର ଏକ ଟିମ୍ ପହଞ୍ଚି ତଦନ୍ତ ଜାରି କରିଛି । ମୃତ ପରିବାର ବର୍ଗଙ୍କୁ ସରକାରୀ ସହାୟତା ଯୋଗାଇଦେବେ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।