ସଂଚାର ବ୍ୟୁରୋ: ଦିଲ୍ଲୀରେ ଥମୁନି ପ୍ରଦୂଷଣ। ବିଷ ବଳୟରେ ସାରା ରାଜଧାନୀ। ଦିନକୁ ଦିନ ବିଗିଡୁଛି ସ୍ଥିତି। ଅଧିକାଂଶ ସ୍ଥାନରେ ସ୍ଥିତି ଗୁରୁତର। ସେପଟେ ପ୍ରଦୂଷଣ ପ୍ରତିବାଦରେ ଆଜି ଦିଲ୍ଲୀ ଜନ୍ତରମନ୍ତରଠାରେ ପ୍ରତିବାଦ କରିବେ ବିଭିନ୍ନ ନାଗରିକ ସଂଗଠନ। ଗତ ପ୍ରାୟ ଏକ ମାସ ଧରି ଦିଲ୍ଲୀର ଅଧିକାଂଶ ସ୍ଥାନରେ ଏକ୍ୟୁଆଇ ୪୦୦ ପାଖାପାଖି ରହୁଛି। ବାୟୁ ପ୍ରବାହ ନହେବା ସହ ଖରା ନପଡ଼ିବା ଯୋଗୁ ସ୍ଥିତି ହୋଇଛି ଅଧିକ ସଂଗୀନ। ଆରକେ ପୁରମ, ଜାହାଙ୍ଗିରପୁରା, ରୋହିଣୀ, ନେହରୁ ନଗର, ଦିଲସାଦ ଗାର୍ଡନ, ଆନନ୍ଦ ବିାହର, ପ୍ରତାପଗଞ୍ଜ ଆଦି ସ୍ଥାନରେ ଏକ୍ୟୁଆଇ ଅଧିକ ସଂଗୀନ ହେବାରେ ଲାଗିଛି। ଅସୁସ୍ଥ ହୋଇ ଦିଲ୍ଲୀବାସୀ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ତେଣେ ପ୍ରଦୂଷଣକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ଯରେ ଚାଲିଛି ବାକଯୁଦ୍ଧ। ଏକ୍ୟୁଆଇ ୦ରୁ ୫୦ ହେଲେ ତାହାକୁ ଉତ୍ତମ କୁହାଯାଏ । ୫୧ରୁ ୧୦୦ ହେଲେ ସନ୍ତୋଷଜନକ, ୧୦୧ରୁ ୨୦୦ ହେଲେ ମଧ୍ୟମ, ୨୦୧ରୁ ୩୦୦ ହେଲେ ଖରାପ, ୩୦୧ରୁ ୪୦୦ ହେଲେ ଅତି ଖରାପ ଓ ୪୦୧ରୁ ୫୦୦ ହେଲେ ଅତି ଗୁରୁତର ବୋଲି ଧରାଯାଏ ।

