ସଂଚାର ବ୍ୟୁରୋ: ଆସନ୍ତା ଡିସେମ୍ବର ୧୪ରେ ଦିଲ୍ଲୀ ରାମଲୀଳା ମଇଦାନରେ କଂଗ୍ରେସର ମେଗା ସମାବେଶ। ଭୋଟ ଚୋରି ଓ ଏସଆଇଆର ପ୍ରସଙ୍ଗରେ ଏହି ସମାବେଶ ହେବ। ଏହି ମହାରାଲିରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବା ଆଶା କରାଯାଉଛି। ସେପଟେ ଏହି ସମାବେଶ ପୂର୍ବରୁ ହରିଆଣା କଂଗ୍ରେସର ବସିଛି ସମୀକ୍ଷା ବୈଠକ। ଦିଲ୍ଲୀସ୍ଥିତ ଇନ୍ଦିରା ଭବନରେ ସାମିଲ ହୋଇଥିଲେ ହରିଆଣାର ବହୁ କଂଗ୍ରେସ ନେତା। ଦେଶରେ ଭୋଟ ଚୋରି ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ବିପଦ ବୋଲି କୁହାଯାଇଛି। ଏହି ବୈଠକରେ ହରିଆଣା ପିସିସି ସଭାପତି ରାଓ ନରେନ୍ଦ୍ର ସିଂଙ୍କ ସମେତ ବହୁ ନେତା ସାମିଲ ହୋଇଥିଲେ। ବିଭିନ୍ନ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଭୋଟ ଚୋରି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ ଶାଣିତ ଟାର୍ଗେଟ କରିଆସୁଛି କଂଗ୍ରେସ।

