ସଂଚାର ବ୍ୟୁରୋ : ରାଜଧାନୀରେ ରେକର୍ଡ ଭାଙ୍ଗିଲା ଶୀତ। ପୁଣି ତଳମୁହାଁ ପାରଦ। ଭୁବନେଶ୍ଵରରେ ହାଡ ଭଙ୍ଗା ଶୀତ ଅନୁଭୂତ। ରେକର୍ଡ ହେଲା ୨୫ବର୍ଷର ସବୁଠାରୁ ଥଣ୍ଡା ରାତି ଗତକାଲି ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଆଜି ସର୍ବନିମ୍ନ ରାତ୍ରି ତାପମାତ୍ରା 12.9 ଡିଗ୍ରୀ ରେକର୍ଡ ହୋଇଛି I ଗତକାଲି ରାତ୍ରି ତାପମାତ୍ରା ୧୩ ଡିଗ୍ରୀ ସହ ଦ୍ୱିତୀୟ ସର୍ବାଧିକ ଥଣ୍ଡା ରାତି ଥିଲା। 2000 ମସିହାରୁ ଏପର୍ଯ୍ୟନ୍ତ ଏତେ କମ ତାପମାତ୍ରା କେବେ ବି ରେକର୍ଡ ହୋଇନଥିବା ବେଳେ ଆଜି ସବୁଠାରୁ ଥଣ୍ଡା ରାତି ବୋଲି କହିଛି ପାଣିପାଗ ବିଭାଗ I ସେପଟେ ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କରେ ବି ତାପମାତ୍ରା ଖସିଛି I ଝାରସୁଗୁଡା 9.8 ଡିଗ୍ରୀ, ରାଉରକେଲା 10 ଡିଗ୍ରୀ, କେନ୍ଦୁଝର ୧୧ ଡିଗ୍ରୀ, ସମ୍ବଲପୁର 13.4 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିଭଳି ଚାନ୍ଦବାଲି ଓ ହୀରାକୁଦ 15 ଡିଗ୍ରୀ, ପାରାଦୀପ 15.2, ଗୋପାଳପୁର 15.6, ବାଲେଶ୍ୱର 15.7 ଓ ପୁରୀ 17.5 ଡିଗ୍ରୀ ରେକର୍ଡ ହୋଇଛି ।

