ସଂଚାର ବ୍ୟୁରୋ: ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ଯା ଅଭିଯୋଗ। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅଂଚଳରେ ଘଟିଛି ଏଭଳି ଏକ ଲଜ୍ଜାଜନକ ଘଟଣା। ଆଜି ସକାଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଉଦ୍ଧାର ଯୁବତୀ ସ୍ଥାନୀୟ ଅଂଚଳର ବୋଲି ଜଣାପଡିଛି। ୩ ଦିନ ତଳେ ଯୁବତୀ ଜଣକ ନିଖୋଜ ହୋଇଯାଇଥିଲେ। ଆଜି ଗଳିତ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଜଙ୍ଗଲ ଭିତରେ ପକାଇ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତିl ଯୁବତୀ ଜଣକ ଗତ ଶୁକ୍ରବାର ଦିନ ଘର ନିକଟ ଏକ ନାଳକୁ ଗାଧୋଇବାକୁ ଯାଇଥିଲେ l ଏହାପରେ ସେ ଆଉ ଫେରିନଥିଲେ। ପରିବାର ଲୋକେ ଖୋଜାଖୋଜି କରିବାକୁ ନାଳ ନିକଟରେ ଯୁବତୀଙ୍କ ଚପଲ,କପଡା ଏବଂ ମୋବାଇଲ ପଡ଼ିଥିବା ଦେଖିବାକୁ ପାଇଥିଲେ l ଏହାକୁ ନେଇ ଯୁବତୀଙ୍କ ପରିବାର ଲୋକେ ନାକଟିଦେଉଳ ଥାନାରେ ଅଭିଯୋଗ କରିଥିଲେ। ନିଖୋଜର ୩ ଦିନ ପରେ କିଛି ମହିଳା ବିଲକୁ ଯାଉଥିବାବେଳେ ଦୁର୍ଗନ୍ଧ ବାହାରୁଥିବା ବାରିଥିଲେ। ପାଖକୁ ଯିବାରୁ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖି ଗ୍ରାମବାସୀଙ୍କୁ ଖବର କରିଥିଲେ। ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ଆସି ଛାନବିନ ଆରମ୍ଭ କରିଛି। ମାମଲାରେ ହରିହର ବେହେରା ନାମକ ଜଣେ ବ୍ଯକ୍ତିଙ୍କୁ ଅଟକ ରଖିଛି ପୋଲିସ।