ଜମ୍ମୁ କଶ୍ମୀରର ଉଧମପୁରରେ କାର୍ଯ୍ୟରତ ଜଣେ ଓଡ଼ିଆ ବିଏସ୍ଏଫ୍ ଯଓ୍ବାନଙ୍କ ଅକାଳ ବିୟୋଗ ଘଟିଛି । ମୃତକ ଯବାନ୍ ହେଲେ ବ୍ରହ୍ମପୁର ଅଯୋଧ୍ୟା ନଗର ତୃତୀୟ ଲାଇନ୍ ନିବାସୀ ଅବସରପ୍ରାପ୍ତ ଶିକ୍ଷକ ସ୍ବର୍ଗତ କୃଷ୍ଣଚନ୍ଦ୍ର ଜେନାଙ୍କ ପୁଅ ନାରାୟଣ ଚନ୍ଦ୍ର ଜେନା। ୧୯୯୭ ମସିହାରେ ନାରାୟଣ ବିଏସ୍ଏଫ୍ରେ ଯୋଗ ଦେଇଥିଲେ। ବର୍ତ୍ତମାନ ସେ ଜମ୍ମୁକାଶ୍ମୀର ସ୍ଥିତ ଉଧମପୁରରେ କାର୍ଯ୍ୟରତ ଥିଲେ । କିଛି ଦିନରୁ ସେ ଅସୁସ୍ଥ ଥିଲେ । ଗତକାଲି ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବା କାରଣରୁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଆଜି ପାର୍ଥିବ ଶରୀର ଅଯୋଧ୍ୟା ନଗର ସ୍ଥିତ ବାସଭବନରେ ପହଞ୍ଚିବା ପରେ ବିଏସଏଫ ଯୱ।ନ ମାନେ ମର ଶରୀରକୁ ଗାର୍ଡ ଅଫ ଅନର ପ୍ରଦାନ କରିଥିଲେ ।

