ସଂଚାର ବ୍ୟୁରୋ: ମାଓ ଅଧ୍ୟୁଷିତ ମାଲକାନଗିରିରୁ ଆସିଲା ବଡ ଧରଣର ଠକେଇ ଅଭିଯୋଗ। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ଶତାଧିକ ଲୋକଙ୍କ ଠାରୁ ୪ରୁ ୭ କୋଟି ଟଙ୍କାର ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଛି। ୨୦୧୭ ମସିହାରୁ SMC ଫାଇନାନ୍ସ ନାମକ ଏକ କମ୍ପାନୀ ଖୋଲି ବଲାଙ୍ଗୀର ସହରର ମାଳପଡା ବାସିନ୍ଦା ଦେବଜିତ ତ୍ରିପାଠୀ ଓରଫ ଅଜିତ ମାଲାକନଗିରିରୁ ବଡ ଧରଣର ଠକେଇ କରିଥିବା ଲୋକେ ଅଭିଯୋଗ କରିଛନ୍ତି I ଏନେଇ ଠକ ଦେବଜିତକୁ ଖୋଜି ଖୋଜି ବଲାଙ୍ଗୀର ପହଞ୍ଚିଛନ୍ତି ଠକେଇର ଶିକାର ହୋଇଥିବା ଜମାକାରୀ I ମାଲକାନଗିରି ଥାନାରେ ଅଭିଯୋଗ ପରେ ଏବେ ବଲାଙ୍ଗୀର ଟାଉନ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି I ଠକ ଦେବଜିତ ତ୍ରିପାଠୀ ଘର ସାମ୍ନାରେ ଧାରଣା ଦେବା ପାଇଁ ପୋଲିସକୁ ଲେଖି ଜଣାଇଛନ୍ତି I ଟଙ୍କା ଜମା କଲେ ମାସକୁ ଦୁଇ ଗୁଣ ଲୋଭ ଦେଖାଇ ନିରୀହ ଲୋକଙ୍କ ଠାରୁ କୋଟି କୋଟି ଠକେଇ କରିଛି ଦେବଜିତ I ଟଙ୍କା ମାଗିବାରୁ ବିଭିନ୍ନ ବାହାନ କରି ଫେରାର୍ ହୋଇଯାଇଥିଲା ଦେବଜିତ I