ସଂଚାର ବ୍ୟୁରୋ: ପୁଣି ଆସିଲା ଲଭ ସେକ୍ସ ଧୋକା ଅଭିଯୋଗ । ବନ୍ଧାହେଲେ ଯୁବ ଇଞ୍ଜିନିୟର । ଗିରଫ ଯୁବ ଇଞ୍ଜିନିୟର ହେଲେ ସ୍ୱସ୍ତିକ ପାଲ । ଅଭିଯୋଗ ମୁତାବକ ସ୍ୱସ୍ତିକ ବାଲେଶ୍ଵରର ଜଣେ ଯୁବତୀଙ୍କ ସହ ଗତ ୭ ବର୍ଷ ହେଲା ଲିଭ ଇନ ରିଲେସନରେ ଥିଲେ । ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ପୀଡିତା ଜଣଙ୍କ ଗର୍ଭବତୀ ହୋଇଥିଲେ । କିନ୍ତୁ ପରେ ସ୍ୱସ୍ତିକ ବିବାହ ପାଇଁ ରାଜି ନହେବାରୁ ଆଇନର ଆଶ୍ରୟ ନେଇଥିଲେ ପୀଡିତା । ଏ ନେଇ ମହିଳା ଥାନାରେ ଏତଲା ପରେ ଅଭିଯୁକ୍ତ ଜଣଙ୍କୁ କେସ ନମ୍ବର ୨୭୪ / ୨୫ ରେ କୋର୍ଟଚାଲାଣ କରାଯାଇଛି।

