ଆଜିକାଲି ଯେମିତି ଦିନକୁ ଦିନ ରୋଗ ବ୍ୟାଧି ବ୍ୟାପୁଛି ଲୋକେ ମଧ୍ୟ ସଚେତନ ହେବା ଆରମ୍ଭ କଲେଣି । କେମିତି ସୁସ୍ଥ ରହିବେ ସେଥିପାଇଁ ଯୋଗ, ବ୍ୟାୟାମ ସହ ନିଜ ଖାଦ୍ୟପେୟର ମଧ୍ୟ ଯତ୍ନ ନେଉଛନ୍ତି । ସୁସ୍ଥ ଜୀବନ ପାଇଁ ପନିପରିବା,ଫଳମୂଳ ଭଳି କ୍ଷୀର ଆମ ଶରୀର ପାଇଁ ଗୁରୁତ୍ବପୂର୍ଣ୍ଣ । ସେଥିପାଇଁ ଡାକ୍ତରମାନେ କ୍ଷୀର ପିଇବାକୁ ପରାମର୍ଶ ଦେଇଥାନ୍ତି । ହେଲେ ଏହି କ୍ଷୀରକୁ କେହି ଉଷମ କରି ପିଅନ୍ତି ତ କେହି ଥଣ୍ଡା । ହେଲେ ଆପଣ ଏହା ଜାଣି ନଥିବେ ଉଷମ ନୁହେଁ ଥଣ୍ଡା କ୍ଷୀର ଆପଣଙ୍କୁ ଅଧିକ ଫାଇଦା ଦେବ ।
ଓଜନ କମାଇବା ପାଇଁ ଆଜିକାଲି ଅନକେ ପନ୍ଥା ଆପଣାଉଛନ୍ତି ଲୋକେ । କିଏ ସପ୍ଲିମେଣ୍ଟ ନେଉଛି ତ କିଏ ଖାଇବା ପିଇବା ଛାଡିଦେଉଛନ୍ତି । ହେଲେ ବି ଓଜନ କମୁନି । କିନ୍ତୁ ଆପଣ ନିଜ ଡାଏଟ୍ ରେ ଥଣ୍ଡା କ୍ଷୀର ଥରେ ସାମିଲ କରନ୍ତୁ । ଦେଖନ୍ତୁ ଏହା କେମିତି ଆପଣଙ୍କ ଓଜନ କମାଇବାରେ ସାହାଯ୍ୟ କରିବ ।
ଥଣ୍ଡା କ୍ଷୀର ପିଇବା ଦ୍ୱାରା ତାପମାନ ନର୍ମାଲ ରହିଥାଏ । ଶରୀରର ଟେମ୍ପେରଚର ବଢାଇ କ୍ୟାଲୋରୀ ସୃଷ୍ଟି କରି ତାହାକୁ ହ୍ରାସ କରିଥାଏ । ଏଭଳି ହେବା ଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ ।
କ୍ଷୀରରେ କ୍ୟାଲସିୟମ ଏବଂ ପ୍ରୋଟିନ ଭରପୂର ମାତ୍ରାରେ ମହଜୁଦ ଥାଏ ଯାହା ଶରୀର ପାଇଁ ବହୁତ ସାହାଯ୍ୟକାରୀ । ଉଚ୍ଚ ରକ୍ତଚାପ ପାଇଁ ଆପଣ ଥଣ୍ଡା କ୍ଷୀର ପିଇପାରିବେ । ଉଚ୍ଚ ରକ୍ତଚାପ ପାଇଁ ଖୁବ ପ୍ରଭାବଶାଳୀ । ଏହା ପିଇବା ଦ୍ୱାରା ରକ୍ତ ସଂଚାଳନ କରେ । ଏଥିସହ ଶରୀରରେ ଥିବା ହରମୋନକୁ ନିୟନ୍ତ୍ରଣ କରିଥାଏ । ବର୍ତ୍ତମାନ ସମୟରେ କିଛି ଲୋକଙ୍କୁ ଏସିଡିଟି ଭଳି ସମସ୍ୟା ଅଧିକ ଦେଖିବାକୁ ମିଳୁଛି । ଏଭଳି ସମସ୍ୟା ପାଇଁ କ୍ଷୀର ବେଷ୍ଟ ହୋଇଥାଏ । ଯାହା ପିଇବା ଦ୍ବାରା ଏସିଡିଟିରୁ ମୁକ୍ତି ମିଳିଥାଏ । ଏହାସହ ପେଟ ଯନ୍ତ୍ରଣାରୁ ମଧ୍ୟ ଆରାମ ମିଳେ । କ୍ଷୀର ପିଇବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ । ତ୍ୱଚା ହାଇଡ୍ରେଟ୍ ରହିବା ସହ ନରମ ଏବଂ ଟାଇଟ୍ ଥାଏ । କିନ୍ତୁ କ୍ଷୀର ପିଇବାର ଉପଯୁକ୍ତ ସମୟ ରହିଛି ।
ଗରମ କ୍ଷୀର ନୁହେଁ ଥଣ୍ଡା କ୍ଷୀର ବେଶୀ ଉପଯୋଗୀ । ଆଉ ଏହି ଥଣ୍ଡା କ୍ଷୀର ପିଇବାର ମଧ୍ୟ ଗୋଟିଏ ନିୟମ ରହିଛି । ଯେମିତିକି କେଉଁ ସମୟରେ ଥଣ୍ଡା କ୍ଷୀର ପଇଲେ ଶରୀରକୁ ଅଧିକ ଫାଇଦା ମିଳିବ । ଅନେକ ଲୋକ ବ୍ୟାୟାମ କରିବା ପରେ କିଛି ଡ୍ରିଙ୍କ୍ସ ପିଅନ୍ତି ଯାହା ତାଙ୍କୁ ଆରାମ ଲାଗେ , ତା ସହ ଶରୀରକୁ ଫାଇଦା ଦିଏ । ସେହି ଡ୍ରିଙ୍କ୍ସ ବଦଳରେ ଯଦି ଥଣ୍ଡା କ୍ଷୀର ପିଇବେ ତେବେ ଶରୀରକୁ ଅଧିକ ଫାଇଦା ମିଳିବ ।
କିନ୍ତୁ କ୍ଷୀର ସହ ଭୂଲ୍ ରେ ବି ଆମିଷ ଖାଆନ୍ତୁ ନାହିଁ । କାରଣ କ୍ଷୀର ଏବଂ ମାଛ ଦୁଇଟି ଅସଙ୍ଗତ ଖାଦ୍ୟ । କ୍ଷୀର ଥଣ୍ଡା ଖାଦ୍ୟ ଏବଂ ମାଛ ଗରମ । ଆୟୁର୍ବେଦ ଅନୁଯାୟୀ, ଏହି ମିଶ୍ରଣ ଅସଙ୍ଗତ କାରଣ ଉଭୟ ଖାଦ୍ୟ ଆମ ଶରୀର ଉପରେ ସମ୍ପୂର୍ଣ୍ଣ ବିପରୀତ ପ୍ରଭାବ ପକାଇଥାଏ । ସେଗୁଡିକର ମିଶ୍ରଣ ଦ୍ୱାରା ହଜମ ସମସ୍ୟା ସୃଷ୍ଟି ହୋଇପାରେ ।
ଠିକ୍ ସେହିପରି କ୍ଷୀର, କଦଳୀ, କିମ୍ବା ବଟର କ୍ଷୀର ସହିତ କଦଳୀ ଖାଇବା ଉଚିତ୍ ନୁହେଁ । ଏହି ଖାଦ୍ୟ ମିଶ୍ରଣ ଖାଇବା ଦ୍ୱାରା ଥଣ୍ଡା, କାଶ କିମ୍ବା ଆଲର୍ଜି ମଧ୍ୟ ହୋଇପାରେ । କିନ୍ତୁ ଯଦି ଆପଣ କ୍ଷୀର ସହ କଦଳୀ ଖାଇବାକୁ ଇଚ୍ଛା କରୁଛନ୍ତି ତେବେ ଏଥିରେ ଏକ ଚାମଚ ବାଦାମ ପାଉଡର ପକାଇପାରିବେ । ଦହି, ପନିର ମିଶ୍ରିତ ଉତ୍ପାଦକୁ ମଧ୍ୟ କ୍ଷୀର ସହିତ ଖାଇବା ଉଚିତ୍ ନୁହେଁ । କାରଣ ସେଗୁଡିକ ଶରୀରରେ ହେଉଥିବା ରାସାୟନିକ ପ୍ରକ୍ରିୟା ସମସ୍ୟାକୁ ବଢାଇ ସ୍ୱାସ୍ଥ୍ୟକୁ ଖରାପ କରିପାରନ୍ତି । ବିରି, କମଳା, ଧନିଆ ପତ୍ର ପରି ଖଟା ଫଳ) କୁ ଦୁଗ୍ଧରୁ ଦୂରେଇ ରଖିବା ଉଚିତ୍ ।

