ଆଜି ପିବତ୍ର ଧନତେରସ । ଭଗବାନ କୁବେର ଓ ଲକ୍ଷ୍ମୀଙ୍କୁ ଆରାଧନା କରାଯାଏ। କିମ୍ବଦନ୍ତୀ ଅନୁସାରେ, ଏହି ଦିନ ଦେବୀ ଲକ୍ଷ୍ମୀ ସମୁଦ୍ର ମନ୍ଥନରୁ ଉତ୍ପନ୍ନ ହୋଇଥିଲେ ଏବଂ ତାଙ୍କ ସହିତ ସମୃଦ୍ଧି ଆଣିଥିଲେ। ଏହି ଦିନ ଆପଣ ଯାହା ବି କିଣନ୍ତି ତାହା ବର୍ଷସାରା ବ୍ୟକ୍ତିକୁ ଲାଭ ଦେଇଥିବାର ବିଶ୍ବାସ ରହିଛି। ଏଥିପାଇଁ ଧନତେରସରେ ଲୋକମାନେ ସାଧାରଣତଃ ସୁନା,ରୁପା, ଚାନ୍ଦି ଆଦି କିଣିଥାନ୍ତି।
ଏପଟେ ଧନତେରସ ପାଇଁ ଗହଣା ବଜାର ଚଳଚଞ୍ଚଳ। ଚାରିଆଡେ ଝଟକୁଛି ସୁନା, ରୂପା, ହୀରା ଓ ପ୍ଲାଟିନମ୍ର ଅଳଙ୍କାର । ଦର ଉଚ୍ଚା ରହିଛି, ହେଲେ କମିନି ଚାହିଦା । କାରଣ ଆଜି ଧନତେରସ୍ । ସୁନା ଦର ବୃଦ୍ଧିକୁ ନେଇ ଗହଣା କିଣିବାକୁ ଡରୁଛନ୍ତି ଗ୍ରାହକ। ତଥାବି ଆଗକୁ ଆହୁରି ସୁନା ଦର ବଢିବା ଆଶଙ୍କାରେ ଲୋକେ ଏହି ଧନତେରସ ଅବସରରେ ସୁନା କିଣି ନେବାକୁ ଭିଡ଼ ଜମାଉଛନ୍ତି । ଆଜି ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୧,୨୧,୧୭୦ ଟଙ୍କା ରହିଛି । ସେହି ଦର ଅନୁସାରେ ଆସନ୍ତାକାଲି ସାରା ରାଜ୍ୟରେ ୨୪୫ କୋଟି ଟଙ୍କାରୁ ଅଧିକ ସୁନା ବିକ୍ରି ହେବ । କେବଳ ଭୁବନେଶ୍ବରରେ ଆସନ୍ତାକାଲି ୧୦୦ କୋଟି ଟଙ୍କାର ସୁନା ବିକ୍ରି ହେବ ।

