ସଂଚାର ବ୍ୟୁରୋ: ଉତ୍ତରପ୍ରଦେଶ ବହରାଇଚରେ ସରୁନି ଗଧିଆ ଟେନସନ। ସ୍ଥାନୀୟ ଅଞ୍ଚଳରେ ଜାରି ରହିଛି ଗଧିଆ ଆତଙ୍କ। ନରହନ୍ତାଙ୍କୁ ଧରିବା ଲାଗି ଚାଲିଛି ଅପରେସନ ଭେଡିୟା। ବନବିଭାଗ କର୍ମଚାରୀ, ପୋଲିସ ଓ ସ୍ଥାନୀୟ ଲୋକେ ମିଶି ଗଧିଆଙ୍କୁ ଧରିବା ଲାଗି ଚଳାଇଛନ୍ତି ଯୋଜନା। ଗଧିଆମାନଙ୍କୁ ଧରିବା ଲୋକେ ବାଣ ଫୁଟାଇବା ସହ ଠେଙ୍ଗା ଧରି ପଇଁତରା ମାରୁଛନ୍ତି। ବିଭିନ୍ନ ସ୍ଥାନରେ ବନବିଭାଗ କର୍ମଚାରୀମାନେ ବି ସତର୍କ ରହିଛନ୍ତି। ଗଧିଆଙ୍କୁ ଧରିବା ତଥା ସେମାନଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ଡ୍ରୋନ କ୍ଯାମେରାର ବ୍ଯବହୃତ ହୋଇଛି। ବର୍ତ୍ତମାନ ସୁଦ୍ଧା ୪ଟି ଗଧିଆଙ୍କୁ ଧରାଯାଇ ଚିଡିଆଖାନାରେ ଛଡାଯାଇଛି। ମହାସି ବ୍ଲକର ୩୦ଟି ଗ୍ରାମରେ ୮ ଶିଶୁଙ୍କ ସମେତ ୯ ଜଣଙ୍କ ଜୀବନ ନେଇଛନ୍ତି ଗଧିଆ। ଏହା ସହ ଗଧିଆଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ପ୍ରାୟ ୩୦ ଜଣ। ଭାରତ-ନେପାଳ ସୀମାନ୍ତରେ ଏହି ଘଟଣାକୁ ନେଇ ଆତଙ୍କ ପ୍ରକାଶ ପାଇଛି।