ସୁନା ପରେ ରୁପାରେ ହାତ ମାରିବାକୁ ଲାଗୁଛି ଡର । ୨ ଲକ୍ଷ ଟପିଲା ରୁପା କେଜି । ଭୁବନେଶ୍ବରରେ ପ୍ରଥମ ଥର ପାଇଁ ରୁପାର କିଲୋପିଛା ଦାମ ୨ ଲକ୍ଷ ଟଙ୍କାରୁ ଅଧିକ ହୋଇଯାଇଛି । ଗତକାଲି ୧ କେଜି ୯ହଜାର ଟଙ୍କା ବୃଦ୍ଧି ପାଇ ୨ଲକ୍ଷ ୬ହଜାର ଟଙ୍କାରେ ପହଞ୍ଚିଛି । ପୂର୍ବରୁ ରୁପା ଦରକୁ ଏଭଳି ସ୍ତରରେ କେବେବି ଦେଖିବାକୁ ମିଳିନଥିଲା । ସୋମବାର ୭ହଜାର ଟଙ୍କା ବଢିଥିଲା ରୁପା ଦର । ଫଳରେ ଦୁଇ ଦିନରେ ରୁପା ୧୬ହଜାର ଟଙ୍କା ମହଙ୍ଗା ହୋଇଛି ।
ଚଳିତ ମାସ ୬ ତାରିଖ ପରଠାରୁ ରୁପା ଦାମରେ ୪୧ହଜାର ଟଙ୍କା ବୃଦ୍ଧି ପାଇଛି । କେବଳ ରୁପା ନୁହେଁ ସୁନା ଦରରେ ବି ବଡ଼ ଧରଣର ବୃଦ୍ଧି ଘଟିଛି । ଭୁବନେଶ୍ବରରେ ୨୨କ୍ୟାରେଟ ସୁନାର ୧୦ଗ୍ରାମ ପିଛା ଦାମ ୨୭୦୦ ଟଙ୍କା ବୃଦ୍ଧି ପାଇ ୧ଲକ୍ଷ ୧୭ହଜାର ୬୫୦ରେ ପହଞ୍ଚିଛି । ସେହିପରି ୨୪ କ୍ୟାରେଟ ସୁନାର ୧୦ଗ୍ରାମ ପିଛା ଦାମ ୨୯୫୦ଟଙ୍କା ବୃଦ୍ଧି ପାଇ ୧ଲକ୍ଷ ୨୮ହଜାର ୩୫୦ଟଙ୍କା ହୋଇଛି । ଗତ ୯ ଦିନ ମଧ୍ୟରେ ୨୨ କ୍ୟାରେଟ୍ ସୁନା ଦାମ ୮ହଜାର ୬୦୦ଟଙ୍କା ବଢିଛି । ୨୪ କ୍ୟାରେଟ ସୁନା ମୂଲ୍ୟରେ ୯ହଜାର ୩୯୦ ଟଙ୍କାର ବୃଦ୍ଧି ଘଟଛି ।

