ସଂଚାର ବ୍ୟୁରୋ: ଉତ୍ତରପ୍ରଦେଶ ରାଜନୀତିରେ ବଢିଲା ଟୋପି ବିବାଦ । ସମାଜବାଦୀ ପାର୍ଟି ଓ କର୍ମୀ ପିନ୍ଧୁଥିବା ନାଲି ଟୋପିକୁ ନେଇ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ଯନାଥଙ୍କ ଟିପ୍ପଣୀ ଉପରେ ବର୍ଷିଛନ୍ତି ଏସପି ମୁଖ୍ଯ ଅଖିଳେଶ ଯାଦବ । ସେ କହିଛନ୍ତି ଯେଉଁମାନେ ନାଲି ଟୋପିକୁ ସମାଲୋଚନା କରୁଛନ୍ତି ସେମାନେ ଏହି ଟୋପି ପିନ୍ଧିବାର ଆବଶ୍ଯକତା ରହିଛି । ଆଦିତ୍ଯନାଥ କହିଥିଲେ- ସମାଜବାଦୀ ପାର୍ଟିର ଟୋପି ଲାଲ୍ କିନ୍ତୁ ସେମାନଙ୍କ କାମ ସବୁ କଳା । ଏସପିର ଅନେକ କଳା କାରନାମାର ଇତିହାସ ରହିଛି ବୋଲି ସେ ଦର୍ଶାଇଥିଲେ । ସେପଟେ ଅଖିଳେଶ କହିଛନ୍ତି- ଲାଲ ରଙ୍ଗ ହେଉଛି ଭାବନାର ରଙ୍ଗଏବଂ ମାତା ଦୁର୍ଗାଙ୍କ ରଙ୍ଗ ହେଉଛି ଲାଲ । ଆଦିତ୍ଯନାଥ ଲାଲ ଟୋପିକୁ ସମାଲୋଚନା କରୁଛନ୍ତି ହେଲେ କର୍ମୀମାନଙ୍କର ଆଚାର ବ୍ଯବହାର ଉତ୍ତମ । ଆମ୍ଭମାନଙ୍କର କେଶ ରହିଛି । ତେଣୁ ଆମ୍ଭେ ଟୋପି ପିନ୍ଧୁଛି । ଯେଉଁମାନଙ୍କର କେଶ ନାହିଁ ସେମାନେ ଟୋପି ପିନ୍ଧିବା ଉଚିତ । ଉତ୍ତରପ୍ରଦେଶରେ ବିଜେପିର ପରାଜୟକୁ ଆଦିତ୍ଯନାଥ ଗ୍ରହଣ କରିପାରୁ ନଥିବାରୁ ସେ ଏହି ଧରଣର ମନ୍ତବ୍ଯ ଦେଉଛନ୍ତି ବୋଲି କହିଛନ୍ତି ଅଖିଳେଶ । ସେହିପରି ବାଂଲାଦେଶ ପ୍ରସଙ୍ଗରେ ଆଦିତ୍ଯନାଥ ଦେଇଥିବା ମନ୍ତବ୍ଯକୁ ସମାଲୋଚନା କରିଛନ୍ତି ଅଖିଳେଶ । ଅରାଜକତା ସୃଷ୍ଟିକାରୀ ମନ୍ତବ୍ଯ ଦେବା ବଦଳରେ ଆଦିତ୍ଯନାଥ ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ଆହ୍ବାନ ଦେଇଛନ୍ତି ଅଖିଳେଶ ।