ସଂଚାର ବ୍ୟୁରୋ: ଜମୁଛି ଶାରଦୀୟ ଦୁର୍ଗାପୂଜା। ଚାରିଆଡ଼େ ଆଧ୍ୟାତ୍ମିକ ପରିବେଶ। ହୋମ ଯଜ୍ଞ ଓ ମନ୍ତ୍ରପାଠରେ ପ୍ରକମ୍ପିତ ହେଉଛି ମଣ୍ଡପ ଓ ପୀଠ। ଆଜି ପୀଠରେ ମହାନବମୀ ପାଳନ କରାଯାଉଥିବା ବେଳେ ମଣ୍ଡପରେ ଚାଲିଛି ମାଆଙ୍କ ମହାଷ୍ଟମୀ ପୂଜା। ପ୍ରମୁଖ ଶକ୍ତିପୀଠଗୁଡ଼ିରେ ମାଆ ଭିନ୍ନ ଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ସେପଟେ ପାର୍ବଣର ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଛି ସବୁଆଡ଼େ। ସକାଳୁ ସକାଳୁ ହିଁ ଭକ୍ତମାନେ ମଣ୍ଡପକୁ ଆସି ମାଆଙ୍କ ଦର୍ଶନ କରୁଛନ୍ତି। ବିଶେଷ କରି ସଂଧ୍ୟାରେ ଅଧିକ ଭିଡ଼ ହେଉଛି। ରାଜଧାନୀର ପ୍ରମୁଖ ମଣ୍ଡପ ତଥା କଟକରେ ଦେଖିବାକୁ ମିଳିଛି ପ୍ରବଳ ଗହଳି। ଶାନ୍ତି ଶୃଙ୍ଖଳା ଓ ସୁରକ୍ଷା ତଥା ଟ୍ରାଫିକ ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।