ସଂଚାର ବ୍ୟୁରୋ: ୨୭ରେ ଆସୁଛନ୍ତି ମୋଦି । ଝାରସୁଗୁଡ଼ା ଆସି ଏକ ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝାରସୁଗୁଡ଼ାର ଅମଲିପାଲି ଠାରେ ଯୁବ ସମାବେଶରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜୋରଦାର ଚାଲିଛି ପ୍ରସ୍ତୁତି । ଆଜି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ, ଡିଜିପି ୱାଇ.ବି. ଖୁରାନିଆ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କାର୍ଯ୍ୟକ୍ରମସ୍ଥଳୀ ପରିଦର୍ଶନ କରିବା ସହ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ।
ଗତକାଲି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ଉତ୍ତରାଞ୍ଚଳ RDC ଅମଲିପାଲି ପଡ଼ିଆ ପରିଦର୍ଶନ କରି କାର୍ଯ୍ୟ ତଦାରଖ କରିଥିଲେ । ଏହି ଅବସରରେ କିଛି ନୂଆ ଘୋଷଣା ଓ ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ୨୦୨୪ ଜୁନ ୧୨ରେ ରାଜ୍ୟରେ ବିଜେପି ସରକାର ଆସିବା ପରେ ମୋଦି ଷଷ୍ଠ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ।