ନନ୍ଦିଘୋଷ ବ୍ୟୁରୋ: ଉତ୍କଳ ବିଶ୍ବବିଦ୍ୟାଳୟ କ୍ଯାମ୍ପସରୁ ତଡ଼ାହେଲେ ଅଣଛାତ୍ର । ଖାଲି ହୋଇଛି ଅଣ ଛାତ୍ରଙ୍କ କବଜାରେ ଥିବା ଦୁଇ ଶହରୁ ଅଧିକ ହଷ୍ଟେଲ ରୁମ । ହଷ୍ଟେଲରେ ଛାତ୍ର ନୁହେଁ ଅଣଛାତ୍ରଙ୍କ ଆଡ୍ଡା ପାଲଟିଥିଲା ଉତ୍କଳ ବିଶ୍ଵବିଦ୍ୟାଳୟ ପରିସର । ୪ ଟି ଛାତ୍ରାବାସକୁ ଅଣ ଛାତ୍ର ମୁକ୍ତ କରିବାକୁ ଅଣ୍ଟା ଭିଡିଛନ୍ତି ବିଶ୍ୱବିଦ୍ୟାଳୟ ପ୍ରଶାସନ । ପୋଲିସ ଫୋର୍ସ ଓ ଅଧିକାରୀଙ୍କ ଉପସ୍ଥିତିରେ ଅଣ ଛାତ୍ର ରହୁଥିବା କୋଠରୀକୁ ଖାଲି କରିଛି ପ୍ରଶାସନ । ୪ ଟି ହଷ୍ଟେଲର ୨୧୨ ରୁମ ଖାଲି ହୋଇଛି । ଏବେ ଏସବୁ ଛାତ୍ର ମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଦିଆଯିବ। ଜବରଦଖଲ ଉଛେଦକୁ ନେଇ ପରିସର ରେ ଚାପା ଉତ୍ତେଜନା ଲାଗି ରହିଛି । କ୍ୟାମ୍ପସରେ ୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜିନିଷ ପତ୍ର ସହ ହଷ୍ଟେଲ ଛାଡ଼ିବାକୁ ନୋଟିସ୍ କରାଯାଇଥିଲା । ବର୍ତ୍ତମାନ ଯେଉଁ ରୁମରେ ଆଶାବାପାତ୍ର ରହିଛି କିନ୍ତୁ ପିଲାମାନେ ନାହାନ୍ତି ତାଙ୍କ ଜିନିଷକୁ କ୍ଲେମ୍ କରି ନେଇ ପାରିବେ ବୋଲି କହିଛନ୍ତି କତୃପକ୍ଷ । ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ଏବେ ହଷ୍ଟେଲକୁ ସିଲ୍ କରାଯିବ । ପରେ ମରାମତି କରି ଛାତ୍ରମାନଙ୍କୁ ହଷ୍ଟେଲ ଦିଆଯିବ।…