Monday, September 29, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଓଡ଼ିଶା ବିଧାନସଭାର ପୁରାତନ ଅତିଥି ଭବନ ସମ୍ପ୍ରସାରିତ ଅଟ୍ଟାଳିକାର ଶିଳାନ୍ୟାସ

Sanchar Live by Sanchar Live
September 6, 2025
in ଓଡିଶା
0
ଓଡ଼ିଶା ବିଧାନସଭାର ପୁରାତନ ଅତିଥି ଭବନ ସମ୍ପ୍ରସାରିତ ଅଟ୍ଟାଳିକାର ଶିଳାନ୍ୟାସ
0
SHARES
0
VIEWS
FacebookTwitter

ଓଡ଼ିଶା ବିଧାନସଭାର ୪ ନମ୍ବର ୟୁନିଟ୍‌ସ୍ଥିତ ପୁରାତନ ଅତିଥି ଭବନ ସମ୍ପ୍ରସାରିତ ଅଟ୍ଟାଳିକାର ଶିଳାନ୍ୟାସ ହୋଇଯାଇଛି । ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଉପସ୍ଥିତିରେ ଏଥି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ବିଧାନସଭାର ସଚିବ ସତ୍ୟବ୍ରତ ରାଉତ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ପୁରାତନ ଅତିଥି ଭବନରେ ୨୩ଟି ରୁମ୍‌ ଥିବାବେଳେ ଏବେ ସ୍ଥାନାଭାବର ସମସ୍ୟା ଦେଖାଦେଉଛି । ଏଥିପାଇଁ ୩ କୋଟି ୮ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ବ୍ୟୟରେ ସମ୍ପ୍ରସାରିତ ଅଟ୍ଟାଳିକାର କାର୍ଯ୍ୟ ଆରମ୍ଭ ହେବ । ଏହି ତିନିମହଲାବିଶିଷ୍ଟ ଅଟ୍ଟାଳିକାରେ ମୋଟ ୧୬ଟି ରୁମ୍‌ ନିର୍ମାଣ ହେବାକୁ ଥିବାବେଳେ ଏହିସବୁ ବିଲ୍‌ଡିଂ ଲିଫଫ ଦ୍ୱାରା ସଂଯୁକ୍ତ ହେବ । ମୋଟ ୯ ହଜାର ବର୍ଗଫୁଟରୁ ଊଦ୍ଧ୍ୱର୍ ସ୍ଥାନରେ ନିର୍ମାଣ କାର୍ଯ୍ୟ ହେବାକୁ ଥିବାବେଳେ ଆଗାମୀ ୨୦୨୬ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏହି ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

 

ଏହା ଦ୍ୱାରା ସମୁଦାୟ ରୁମ୍‌ ସଂଖ୍ୟା ୩୯କୁ ବୃଦ୍ଧି ପାଇବ । ଅନ୍ୟ ପକ୍ଷରେ ବିଧାନସଭାର ଓଏମ୍‌ସି

କାର୍ଯ୍ୟାଳୟ ସମ୍ମୁଖରେ ଥିବା ନୂତନ ଅତିଥି ଭବନରେ ୧୮ଟି ରୁମ୍‌ ରହିଥିବାବେଳେ ନୂଆ ଓ ପୁରୁଣାକୁ ମିଶାଇ ରୁମ୍‌ ସଂଖ୍ୟା ୫୭ ହେବ । ଏହି ଅତିଥି ଭବନ ପାଇଁ ଏବେ ଅନ୍‌ଲାଇନ୍‌ର ବୁକିଂର ସୁବିଧା କରାଯିବା ସହ ୨୪ ଘଣ୍ଟିଆ ନିରାପତ୍ତା ବ୍ୟବସ୍ଥା ଆହୁରି ସମନ୍ୱିତ ହେବ । ଏହା ଦ୍ୱାରା ଏହିସବୁ ଅତିଥି ଭବନରେ ରହଣି ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଓ ଆରାମଦାୟକ ହୋଇପାରିବ । ଏହା ଦ୍ୱାରା ଭୁବନେଶ୍ୱରକୁ ଆସୁଥିବା ପୂର୍ବତନ ବିଧାୟକମାନେ ସୁବିଧାରେ ଏହି ଅତିଥି ଭବନରେ ରହିପାରିବେ । ଏହି କାର୍ଯ୍ୟକ୍ରମରେ ବିଧାନସଭାର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

 

Tags: assemblyodisha
ShareTweetShareSend
Sanchar Live

Sanchar Live

Next Post
ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ଏମିତି କହିଲେ ଗଜପତି

ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ଏମିତି କହିଲେ ଗଜପତି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାଙ୍କେର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର, ଟଳିଲେ ୩ ମାଓବାଦୀ
  • ଆସନ୍ତା ୧ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ଏସିଆ କପ : ଆଜି ଭାରତ- ପାକିସ୍ତାନ ଫାଇନାଲ ଟକ୍କର
  • ଦୁର୍ଗାପୂଜା ପାଇଁ ରାଜଧାନୀରେ ଆଜିଠୁ ଲାଗୁ ହେଲା ଟ୍ରାଫିକ୍ କଟକଣା
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ…

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.