ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ । ସମୁହ ନମାଜ ପାଠ ପରେ ବାୟବର ଗାଁରେ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଦିଆଗଲା କବର । ଗତକାଲି ଦିଲ୍ଲୀରୁ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସିଧା ପୀଡ଼ିତାଙ୍କ ଗାଁ ବାୟାବରକୁ ନିଆଯାଇଥିଲା ମୃତଦେହ ।
ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲେ । ଗକାଲିଠାରୁ ଗାଁରେ ୨ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି। ଗାଁର ସମସ୍ତ ରାସ୍ତାରେ ଜଗିରହିଛନ୍ତି ପୋଲିସ ଫୋର୍ସ । ଶେଷକୃତ୍ୟ ସମ୍ପନ୍ନ ବେଳେ ପୋଲିସ ଓ ପ୍ରଶାସନିକ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ହସ୍ପିଟାଲ ବେଡରେ ୧୫ ଦିନ ଧରି ମୃତ୍ୟୁ ସହ ଲଢ଼େଇ କରି ହାରିଯାଇଥିଲେ ନାବାଳିକା ।