କୋଲକାତା ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ଯା ଘଟଣା। ଏହି ଲୋମହର୍ଷକ ଘଟଣାକୁ ନେଇ ସଂଚାର ବ୍ୟୁରୋ: ଉଦବେଗ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି କହିଛନ୍ତି- ଜଣେ ମହିଳାଙ୍କୁ କିଛି ପୁରୁଷଙ୍କ ଏହି ଅମାନବୀୟ ଆଚରଣ ଦୁର୍ଭାଗ୍ଯଜନକ। ଏହା ଦୁସ୍ଥ ମାନସିକତାର ପରିଚାୟକ। ସେ କହିଛନ୍ତି- କୋଲକାତା କାଣ୍ଡ ଏକମାତ୍ର ଘଟଣା ନୁହେଁ। ମହିଳାଙ୍କ ବିରୋଧରେ ସିରିଜ ଅପରାଧ ଘଟିଚାଲିଛି। ଲୋକମାନେ ସାମଗ୍ରିକ ଭାବେ ବିଭିନ୍ନ ଘଟଣାକୁ ଭୁଲି ଯାଉଛନ୍ତି। ଏହାର ଫଳ ସ୍ବରୂପ ମହିଳାମାନେ ଦୈନିକ ଲାଞ୍ଛିତ, ନିର୍ଯାତିତ ଓ ହିଂସାର ଶିକାର ହେବାରେ ଲାଗିଛନ୍ତି। ବହୁତ କିଛି ହୋଇଗଲା ବୋଲି କହିବା ସହ ରାଷ୍ଟ୍ରପତି କହିଛନ୍ତି- ଏହି ଧରଣର ନିର୍ଯାତନା ଲାଗି ସଭ୍ଯ ସମାଜ ସୁଯୋଗ ସୃଷ୍ଟି ନକରୁ। ୨୦୧୨ ଦିଲ୍ଲୀ ନିର୍ଭୟାକାଣ୍ଡ ପରଠାରୁ ଦେଶରେ ଅଗଣିତ ଦୁଷ୍କର୍ମ ଘଟିଚାଲିଛି ବୋଲି କହିଛନ୍ତି ରାଷ୍ଟ୍ରପତି।….