ସଂଚାର ବ୍ୟୁରୋ: ବ୍ରହ୍ମଗିରିରେ ଶତାଧିକ ଚାଷୀଙ୍କୁ ନେଇ ବିଜେଡି ପକ୍ଷରୁ ବିଶାଳ ଟ୍ରାକ୍ଟର ଶୋଭାଯାତ୍ରା। ଏହି ରାଲି ବ୍ରହ୍ମଗିରି ଢ଼ାବା ଛକରୁ ବାହାରି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଅଭିମୁଖେ ଯିବ। ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରିବା ସହ ଚାଷୀ ଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇବ ଦଳ। ବିଶେଷ କରି ବ୍ରହ୍ମଗିରି ବ୍ଲକରେ ବିଭିନ୍ନ ମଣ୍ଡିରେ ଶହ ଶହ କୁଇଣ୍ଟାଲ ଧାନ ପଡ଼ି ରହିଛି। ଚାଷୀଙ୍କ ଟୋକନ୍ ବାତିଲ ହେବା ସହ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହେଲାନାହିଁ। ଏହାର ପ୍ରତିବାଦରେ ବ୍ରହ୍ମଗିରିର ପୂର୍ବତନ ବିଜେଡି ବିଧାୟକ ସଞ୍ଜୟ ଦାସ ବର୍ମାଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଟ୍ରାକ୍ଟରରେ ଧାନ ବସ୍ତା ଧରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଅଭିମୁଖେ ବାହାରିଛନ୍ତି। ସମସ୍ୟାର ସମାଧାନ ନହେଲେ, ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ସଞ୍ଜୟ ଦାସ ବର୍ମା।