ସଂଚାର ବ୍ୟୁରୋ: ଶିଶୁ ମୃତ୍ୟୁକୁ ନେଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା। ଚିକିତ୍ସା ଅବହେଳାରୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର। ସେମାନଙ୍କ କହିବା ଅନୁସାରେ ବର୍ଷକର ଶିଶୁକୁ ଥଣ୍ଡା ଜ୍ଵର ହୋଇଥିବାରୁ ପରିବାରଲୋକେ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସା ଠିକ୍ ଭାବେ କରାନଯିବାରୁ ଶିଶୁର ମୃତ୍ୟୁ ହୋଇଛି। ସେ ସଂପର୍କରେ ପରିବାର ଲୋକେ ପ୍ରଶ୍ନ କରିବାରୁ ସୁରକ୍ଷାକର୍ମୀ ମାଡ଼ ମାରିଥିବାର ଅଭିଯୋଗ ହୋଇଛି। ଯାଜପୁର ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।