ଆମେ ସମସ୍ତେ ଭଲ ଭାବେ ଜାଣିଛନ୍ତି କି, ଅମୃତଭଣ୍ଡା ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ । ଏଥିରେ ରହିଥିବା ଭିଟାମିନ୍ ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ ତା’ସହ ମ୍ୟାଗନେସିୟମ୍, ପୋଟାସିୟମ୍, ନିୟାସିନ୍, ପ୍ରୋଟିନ୍, କାରୋଟିନ୍ ଏବଂ ଫାଇବରେ ଭରପୁର ଅମୃତଭଣ୍ଡା ଆମର ହଜମ ପକ୍ରିୟାକୁ ବଢାଇଥାଏ । କିନ୍ତୁ ଅଧିକ ମାତ୍ରାରେ ଏହାକୁ ଖାଇବା ଦ୍ବାରା କ’ଣ ଅସୁବିଧା ହୋଇଥାଏ ଏବଂ କେଉଁ ଲୋକମାନେ ଏହାକୁ ଖାଇବା ଅନୁଚିତ୍ ଆସନ୍ତୁ ଜାଣିବା
ଗର୍ଭବତୀ ମହିଳା: ଅମୃତଭଣ୍ଡା, ଖାସ୍ କରି କଞ୍ଚା ଅମୃତଭଣ୍ଡା ଅଧିକ ମାତ୍ରାରେ ଖାଇବା ଅନୁଚିତ୍ ଏହା ହାନିକାର ହୋଇଥାଏ କାରଣ ଏହାକୁ ଅଧିକ ଖାଇବା ଦ୍ଵାରା ଗର୍ଭପାତ ହେବାର ସମ୍ଭାବନା ଅଧିକ ଥାଏ ।
ବ୍ଲଡପ୍ରେସରର ସମସ୍ୟା ଥିବା ବ୍ୟକ୍ତି: ଅମୃତଭଣ୍ଡା ସେବନ କରିବା ରକ୍ତ ଚାପ ବ୍ୟକ୍ତିଙ୍କ ପାଇଁ କ୍ଷତିକାରକ ହୋଇଥାଏ ।ଯେଉଁ ମାନେ ବ୍ଲଡପ୍ରେସର ଔଷଧ ଖାଉଛନ୍ତି ସେମାନେ ଅମୃତଭଣ୍ଡା ଖାଇବା କଥା ନୁହେଁ ।
କିଡନରେ ଷ୍ଟୋନ୍ ହୋଇଥିଲେ: ଅମୃତଭଣ୍ଡାରେ ଭିଟାମିନ୍ ସି ଆଣ୍ଟିଅକ୍ସିଡେଣ୍ଟ୍ ଅଧିକ ମାତ୍ରାରେ ରହିଥାଏ ଯାହା ଦ୍ବାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ ଯାହା ଆମକୁ ବିଭିନ୍ନ ରୋଗରୁ ବଂଚାଇବାରେ ସାହାଯ୍ୟ କରିଥାଏ । କିନ୍ତୁ ଅଧିକ ମାତ୍ରାରେ ଭିଟାମିନ୍ ସିର ସେବନ ଦ୍ବାରା କିଡନିରେ ଷ୍ଟୋନ୍ ତିଆରି କରିଥାଏ ଯାହା ଶରୀର ପାଇଁ କ୍ଷତିକାରକ ।
ସ୍କିନ୍ ଉପରେ ଖରାପ ପ୍ରଭାବ: ଯଦି ଆପଣଙ୍କର ସ୍କିନ୍ କୁଣ୍ଡେଇ ହେବା ତା’ ସହ ହାତ ହଳଦିଆ ପଡୁଛି ତ, ଆପଣ କାରୋଟମିଆ ନାମକ ଏକ ସ୍କିନ୍ ରୋଗରେ ପିଡିତ । ଏହି କାରଣରୁ ଆଣଙ୍କ ଆଖି, ହାତ ଓ କାନ୍ଧର ରଙ୍ଗ ହଳଦିଆ ହୋଇଥାଏ । ଅମୃତଭଣ୍ଡାରେ ବିଟା କରୋଟିନ୍ ରହିବା କାରଣରୁ ଆଲରଜିର କାରଣ ହୋଇପାରେ । ଏହା ଅଧିକ ଖାଇବା ଦ୍ବାରା ସ୍କିନ୍ ଉପରେ ଖରାପ ପ୍ରଭାବ ପକାଇଥାଏ ।