ବାଘ ଆତଙ୍କ ପରେ ସ୍କୁଲ ଛୁଟି। ଟିଟିଲାଗଡ଼ ବଡ଼ମାଲ ଗୋଳାବାରୁଦ କାରଖାନା ପରିସରରେ ପଶିଲା ବାଘ। ଗତକାଲି ରାତିରେ କାରଖାନା ପରିସରରେ ଥିବା କେନ୍ଦ୍ରୀୟ ବିଦ୍ଯାଳୟ ପରିସରରେ ବାଘ ଦେଖିବା ପରେ ସ୍କୁଲ ଛୁଟି କରାଯାଇଛି। ଗତକାଲି ରାତିରେ ବାଘକୁ ଦେଖିଲେ ସ୍କୁଲର କର୍ମଚାରୀ। ଏହାପରେ ସ୍କୁଲକୁ ଆଜି ଛୁଟି ଘୋଷଣା କରିଛନ୍ତି କର୍ତ୍ତୃପକ୍ଷ। ଗତକାଲି ରାତିରେ ଏକ କଲରାପତରିଆ ବାଘ ସ୍କୁଲ ଭିତରକୁ ପଶୁଥିବା ଲୋକେ ଓ ସ୍କୁଲ କର୍ମଚାରୀ ଦେଖିଥିଲେ। ବାଘଟି ସ୍କୁଲ ଭିତରେ ରହିଥିବା ସନ୍ଦେହ କରି ଆଜି ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଖବର ଟି ପ୍ରଚାର ହେବା ପରେ ଟିଟିଲାଗଡ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚି ଅନୁସନ୍ଧାନ ଜାରି ରଖିବା ସହିତ ସ୍କୁଲର ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଇ ସୁରକ୍ଷାକର୍ମୀ ଜଗି ରହିଛନ୍ତି । ବଡମାଲ ଗୋଳାବାରୁଦ କାରଖାନାଟି ଜଙ୍ଗଲ ଭିତରେ ଥିବାରୁ ଓ ଏହା ପୂର୍ବରୁ ମଧ୍ୟ ଏହି ସ୍ଥାନରେ ଅନେକ ସମୟରେ ଲୋକେ ବଘକୁ ଦେଖୁଥିବାରୁ ବନ ବିଭାଗ ବିଶେଷ ସତର୍କତା ଅବଲମ୍ବନ କରିଛି।