ମିଠା ଖାଇବାକୁ କିଏ ବା ପସନ୍ଦ ନକରେ । ପାଟିକୁ ମିଠା ଲାଗୁଥିବା ପ୍ରତ୍ୟେକ ଖାଦ୍ୟ ମଣିଷଙ୍କୁ ବହୁତ ଭଲ ଲାଗିଥାଏ । ଏଥି ସହ ଯଦି ଆମେ ରସଗୋଲା କଥା କହିବା ତାହାଲେ କଥା ସରିଲା । ଏହି ନାଁ ଉଠିବାମାତ୍ରେ ପାଟିରୁ ଲାଳ ଆସିଯାଏ । ଏକଥା ଆପଣମାନେ ବି ଜାଣିଥିବେ ନିଶ୍ଚୟ । ସ୍ବାଦିଷ୍ଟ ମିଠା ଅନେକ ପ୍ରକାରର ରହିଥିଲେ ମଧ୍ୟ ରସଗୋଲା ସବୁଠାରୁ ଭିନ୍ନ। ସାଧାରଣତଃ ରସଗୋଲା ସମସ୍ତଙ୍କୁ ବହୁତ ପସନ୍ଦ ରହିଥାଏ। କିନ୍ତୁ ମିଠା ନାଁ ଶୁଣିବା ମାତ୍ରେ ଶରୀର ପ୍ରତି ସଜାଗ ବ୍ୟକ୍ତି ଏହା ଖାଇବାକୁ ପସନ୍ଦ କରିନଥାନ୍ତି । ଆଜି ଆମେ ରସଗୋଲା ପ୍ରେମୀଙ୍କ ପାଇଁ ଆଣିଛୁ ଏକ ବଡ଼ ଖୁସି ଖବର। ରସଗୋଲା ଖାଇବା ଶରୀର ପାଇଁ କ୍ଷତି ନୁହଁ ବରଂ ଲାଭ ହୋଇଥାଏ ବୋଲି ବିବେଚନା କରାଯାଏ । ତେବେ ଆସନ୍ତୁ ଜାଣିବା ରସଗୋଲା ଖାଇବାର ଜବରଦସ୍ତ ଫାଇଦା ବିଷୟରେ ।
ଜଣ୍ଡିସ ରୋଗୀଙ୍କ ପାଇଁ ବହୁ ଲାଭଦାୟକ ହୋଇଥାଏ ରସଗୋଲା । ଏହି ସମୟରେ ଧଳା ରସଗୋଲା ଖାଇବା ଜଣ୍ଡିସ ରୋଗ ବହୁ ଶୀଘ୍ର ଠିକ୍ ହୋଇଥାଏ । ଖାଲି ସେତିକି ନୁହଁ ମୂତ୍ର ସଂକ୍ରମଣରୁ ରକ୍ଷା ପାଇବାର ସବୁଠାରୁ ଭଲ ଉପାୟ ହେଉଛି ସକାଳେ ଏବଂ ସନ୍ଧ୍ୟାରେ ଗୋଟିଏ ରସଗୋଲା ଖାଇବା ।
ଯଦି ଆପଣଙ୍କ ଆଖି ଜଳିବା ସହ ଯନ୍ତ୍ରଣା ଅନୁଭୁତ ହୋଇଥାଏ ତେବେ ରସଗୋଲା ସେବନ ନିହାତି କରନ୍ତୁ । ଏଥିରୁ ତୁରନ୍ତ ଉପସମ ମିଳିଥାଏ । ଏଥିସହ ଅଧିକ ଥକା ଅନୁଭୂତ ହୋଇଥିଲେ ରସଗୋଲା ଖାଇବା ଦ୍ବାରା ଆରମ ମିଳିଥାଏ । ରସଗୋଲା ଛେନାରେ ପ୍ରସ୍ତୁତ ହେଉଥିବାରୁ ଏଥିରେ କ୍ଷୀରରେ ମିଳୁଥିବା ସମସ୍ତ ପ୍ରକାରର କ୍ୟାଲସିୟମ ଉପସ୍ଥିତ ରହିଥାଏ ଯାହା ହାଡ଼କୁ ଶକ୍ତ କରେ । ଏକଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ହେଲେ ଏକଥା ବି ମନେ ରଖନ୍ତୁ ଯେ ରସଗୋଲା ଖାଇବା ଭଲ ହେଲେ ଅଧିକ ପରିମାଣରେ ଖାଇବା ଦ୍ବାରା କ୍ଷତି ହୋଇଥାଏ । ଆପଣମାନେ ଯଦି ସୁସ୍ଥ ରହିବାକୁ ଚାହୁଁଛନ୍ତି, ତେବେ ଦିନକୁ ଗୋଟାଏ ରସଗୋଲା ଖାଇଲେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ରହିପାରିବେ । ହେଲେ ଆପଣ କଦାପି ଅଧିକ ରସଗୋଲା ଖାଆନ୍ତୁ ନାହିଁ କିମ୍ବା ରୋଗକୁ ଡାକନ୍ତୁ ନାହିଁ ।