ସଂଚାର ବ୍ୟୁରୋ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ । ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମଝିଘରିଆଣୀ ମନ୍ଦିର ଓ ଗ୍ରାମଦେବୀ ବୁର୍ଦାଲପଲମା ମନ୍ଦିରରେ ପୂଜାର୍ଚ୍ଚନା କରି ଦୀପଦାନ କରାଯାଇଛି । ପୂର୍ବତନ ମନ୍ତ୍ରୀ ତଥା ଉପବାଚସ୍ପତି ଲାଲବିହାରୀ ହିମିରିକାଙ୍କ ନେତୃତ୍ୱରେ ଶତାଧିକ ବିଜେଡି ନେତା, ମହିଳା ଓ ଯୁବ କର୍ମୀ ଏକତ୍ରିତ ହୋଇ ଦୀପଦାନ କରିଛନ୍ତି । କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ବିନାୟକ କର, ବରିଷ୍ଠ ନେତା ଚନ୍ଦ୍ରକାନ୍ତ ସାମଲ, ବି. ତିରୁପତି, ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରମିତା ପାଢ଼ୀ, ବ୍ଲକ ଅଧ୍ୟକ୍ଷା ଟୁନି ହୁଇକା, ଉପାଧ୍ୟକ୍ଷ ହରପ୍ରସାଦ ହେପୃକା, ବିଜୁ ଯୁବ ଜନତା ଦଳ ଜିଲା ସଭାପତି ଅବିନାଶ ବିଶୋଇ, ପପୁ ପ୍ରବୀଣ କୁମାର, ସନ୍ତୁ ମାଣ୍ଡାଙ୍ଗିଙ୍କ ସମେତ ସମସ୍ତ କାଉନସିଲର ଓ ଅନ୍ୟମାନେ ଉପସ୍ଥିତ ଥିଲେ ।.

