ସଂଚାର ବ୍ୟୁରୋ: ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ନୀତୀଶ ସରକାରଙ୍କ ବଡ଼ ଘୋଷଣା । ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସାମାଜିକ ସୁରକ୍ଷା ପେନସନ ଯୋଜନା ରାଶିକୁ ବଢାଇ ଦିଆଯାଇଛି । ବୟସ୍କ, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ମାସିକ ପେନସନ ଭାବେ ୪୦୦ ଟଙ୍କାରୁ ବଢାଇ ୧୧୦୦ ଟଙ୍କା କରିଦିଆଯାଇଛି ।
ନୀତୀଶ କୁମାର X ପୋଷ୍ଟରେ ଲେଖିଛନ୍ତି, ମୁଁ ଘୋଷଣା କରି ଖୁସି ହେଉଛି ଯେ, ସାମାଜିକ ସୁରକ୍ଷା ପେନସନ ଯୋଜନା ଅଧିନରେ ସମସ୍ତ ବୃଦ୍ଧଜନ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କୁ ଏବେ ପ୍ରତି ମସରେ ୪୦୦ ଟଙ୍କା ବଦଳରେ ୧୧୦୦ ଟଙ୍କା ପେନସନ ମିଳିବ । ସମସ୍ତ ଲାଭାର୍ଥୀ ଜୁଲାଇ ମାସରୁ ବର୍ଦ୍ଧିତ ପେନସନ ପାଇବେ । ସମସ୍ତ ପେନସନଧାରୀଙ୍କ ଖାତାକୁ ମାସର ୧୦ ତାରିଖରେ ପଇସା ପଠାଯିବ । ଏହାଦ୍ବାରା ୧ କୋଟି ୯ ଲକ୍ଷ ଲୋକ ଉପକୃତ ହେବେ ।
ସେ ଆହୁରି ଲେଖିଛନ୍ତି, ବୃଦ୍ଧଜନ ସମାଜ ପାଇଁ ଅମୂଲ୍ୟ ଅଂଶ । ସେମାନଙ୍କ ସମ୍ମାନ ଓ ସୁରକ୍ଷିତ ଜୀବତକୁ ସୁନିଶ୍ଚିତ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା । ରାଜ୍ୟ ସରକାର ଏହି ଦିଗରେ ଲଗାତାର ପ୍ରୟାସ କରୁଛନ୍ତି ଏବଂ ଅଂଶଗ୍ରହଣ କରୁଛନ୍ତି ।
ସୂଚନାଯୋଗ୍ୟ, ଚଳିତବର୍ଷ ଶେଷ ଆଡକୁ ହେବ ବିହାର ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ବିପକ୍ଷ ଦଳ ବଡ ବଡ କଥା କହୁଥିବା ବେଳେ ଏନଡିଏ ମଧ୍ୟ ସମସ୍ତ ଚେଷ୍ଟା ଜାରି ରଖିଛି ।