ଅହମଦାବାଦ ବିମାନ ଦୁର୍ଘଟଣା ପରେ ଏୟାର ଇଣ୍ଡିଆ ଏୟାରଲାଇନ୍ସରେ ଚଡ଼କ ପଡିଛି । ଦୁର୍ଘଟଣା ପରେ ଯାନ୍ତ୍ରିକ ତ୍ରୁଟି, ସୁରକ୍ଷା ସହିତ ଅନେକ କାରଣ ଯୋଗୁଁ କେତେକ ଉଡ଼ାଣ ରଦ୍ଦ ହେବା ସହିତ ଅନେକ ଡାଇଭର୍ଟ କରାଯାଇଛି । ଆଜି ଏୟାର ଇଣ୍ଡିଆର ୮ଟି ବିମାନ ଉଡ଼ାଣ ରଦ୍ଦ ହୋଇଛି । ୪ଟି ଘରୋଇ ଏବଂ ୪ଟି ଅର୍ନ୍ତରାଷ୍ଟ୍ରୀୟ ବିମାନ ଉଡ଼ାଣ ରଦ୍ଦ ହୋଇଛି । ବିମାନ କମ୍ପାନୀ ଉଡ଼ାଣ ରଦ୍ଦ କରିବାର କାରଣ ରକ୍ଷଣାବେକ୍ଷଣ ଏବଂ ପରିଚାଳନା ସମ୍ବନ୍ଧୀୟ ଯୋଗୁଁ ହୋଇଛି ବୋଲି ଏୟାର ଇଣ୍ଡିଆ ଅଧିକାରୀ ବୟାନ ଜାରି କରିଛନ୍ତି ।
ଏୟାର ଲାଇନ୍ସ ଯାତ୍ରୀଙ୍କୁ ପୁରା ରିଫଣ୍ଡ କିମ୍ବା ମାଗଣା ରିସିଡ୍ୟୁଲ ସୁବିଧା ଯୋଗାଇବ । ବିକଳ୍ପ ଯାତ୍ରା ସୁବିଧା ସହିତ ଯାତ୍ରୀଙ୍କୁ ସୁବିଧା କରିବ ।
ବୟାନରେ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି, ଆମେ ଯାତ୍ରୀଙ୍କ ଅସୁବିଧା ପାଇଁ ବହୁତ ଦୁଃଖିତ । ଆମର ଗ୍ରାଉଣ୍ଡରେ ଥିବା ସହକର୍ମୀଙ୍କ ପାଇଁ ଖୁବଶୀଘ୍ର ଗନ୍ତବ୍ୟ ସ୍ଥଳକୁ ଉଡ଼ାଣ ଭରିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ । ଯାତ୍ରୀଙ୍କ ଉଡ଼ାଣ ବାତିଲ ରିଫଣ୍ଡ କିମ୍ବା ରିସିଡ୍ୟୁଲ ଦେବାକୁ କୁହାଯାଇଛି ।
ବାତିଲ ହୋଇଥିବା ବିମାନ :
ଦୁବାଇ-ଚେନ୍ନାଇ
ଦିଲ୍ଲୀ-ମେଲବର୍ଣ୍ଣ
ମେଲବର୍ଣ୍ଣ-ଦିଲ୍ଲୀ
ଦୁବାଇ- ହାଇଦ୍ରାବାଦ
ପୁଣେ- ଦିଲ୍ଲୀ
ଅହମଦାବାଦ-ଦିଲ୍ଲୀ
ହାଇଦ୍ରାବାଦ-ମୁମ୍ବାଇ
ଚେନ୍ନାଇ-ମୁମ୍ବାଇ
ଯାତ୍ରୀମାନେ ଏୟାରଲାଇନ୍ସର ୱେବସାଇଟକୁ ଯାଇ ଉଡ଼ାଣ ସ୍ଥିତି ଦେଖି କଷ୍ଟମରକେୟାର ନମ୍ବରକୁ କଲ୍ କରିପାରିବେ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଗୁରୁବାର ଦିନ ଏୟାର ଇଣ୍ଡିଆ ୩ଟି ଅର୍ନ୍ତରାଷ୍ଟ୍ରୀୟ ରୁଟର ଉଡ଼ାଣକୁ ବାତିଲ କରିଛି । ଜୁନ୍ ୨୧ରୁ ଜୁଲାଇ ୧୫ ଯାଏଁ ଏହି ୩ଟି ରୁଟର ଉଡ଼ାଣ ସେବା ବନ୍ଦ ରହିବ ବୋଲି କହିଛି । ଏହାଛଡା ଅନ୍ୟ ୧୬ଟି ରୁଟରେ ସେବା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଜୁନ୍ ୧୨ ରେ ଅହମଦାବାଦରେ ହୋଇଥିବା ବିମାନ ଦୁର୍ଘଟଣା ପରେ ଉପୁଜୁଥିବା ସମସ୍ୟା ପାଇଁ ନିଆଯାଇଛି ।