ସଂଚାର ବ୍ୟୁରୋ: ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ମହାରଣା ଓ ଭୋଇ ସେବକଙ୍କ ଦ୍ବାରା ଆଜି ତେର ପରସ୍ତ ପୋଟଳ ସହ ଖପୁରି ପଡ଼ିଛି। ଗତକାଲି ସୁଦ୍ଧା ତିନି ଭୂଇଁରେ କଇଁଚି ସହ ଅନ୍ଦାରୀ ତାଗ ବାଡ଼ିଆ ଶେଷ ହୋଇଥିଲା। ଏଥିସହ ତିନି ରଥର ପୋଟଳ ସମେତ ପାରା ଭାଡ଼ି ଓ ଖପୁରିର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ଆଜି ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ପାରାଭାଡ଼ି ଉଠିଥିଲା। ରଥର ଉପର ପାର୍ଶ୍ବ ମୁହଁ ବନ୍ଦ କରୁଥିବା ଖପୁରି ସଂଯୋଗ ହୋଇଥିଲା। ଏହା ଉପରେ କଳସ ଡାଙ୍ଗିଆ ମଧ୍ୟ ଉଠିଛି। କଳସ ଡାଙ୍ଗିଆ ଉପରେ କଳସ ରହିଥାଏ। ତେଣୁ ଏହା ଉଠିବା ପରେ ମହାରଣା ସେବକମାନେ କଣ୍ଟା ବାଡ଼େଇ ସାଇଜ କରି ଏହାକୁ ସେଟିଂ କରିଛନ୍ତି।