ସଂଚାର ବ୍ୟୁରୋ: ପୁଣି ବଢିଲା ଆଧାର କାର୍ଡ ଅପଡେଟ୍ କରିବାର ସମୟସୀମା । ଆଉ ଏହି ତାରିଖ ହେବ ଶେଷ ତାରିଖ । ଯଦି ଆପଣଙ୍କୁ ବିନା ଶୁଳ୍କରେ ଆଧାର ଅପଡେଟ୍ କରିବାର ଅଛି ତେବେ ଆପଣଙ୍କ ହାତରେ ଏକ ବର୍ଷ ସମୟ ଅଛି । ଏହା ପରେ ଆଧାର ଅପଡେଟ୍ କରିଲେ ଟଙ୍କା ଦେବାକୁ ପଡିବ ।
ଏହି ସୂଚନା ଦେଇଛି UIDAI । UIDAI କହିଛି ଲକ୍ଷ ଲକ୍ଷ ଆଧାରଧାରୀଙ୍କ ପାଇଁ ଏହି ସୁବିଧା ଆଗକୁ ବଢାଇଦିଆଯାଇଛି । ବର୍ତ୍ତମାନ ଆଧାର ଅପଡେଟ୍ର ସମୟସୀମା ୧୪ ଜୁନ୍ ୨୦୨୬ ପର୍ଯ୍ୟନ୍ତ ବଢାଇଦିଆଯାଇଛି । ଏହା ସମ୍ପୂର୍ଣ୍ଣ ଫ୍ରିରେ ଅପଡେଟ୍ କରିପାରିବେ । ପୂର୍ବରୁ ଏହି ତାରିଖ ୧୪ ଜୁନ୍ ୨୦୨୫ ଅର୍ଥାତ୍ ଆଜି ଯାଏ ଥିଲା ।
ଫ୍ରୀରେ କରିବେ ଆଧାର ଅପଡେଟ୍ ?
ମାଗଣା ଆଧାର ଅପଡେଟ୍ ସୁବିଧା କେବଳ myAadhaar ପୋର୍ଟାଲରେ ଉପଲବ୍ଧ । ଜନସଂଖ୍ୟାଗତ ସୂଚନାକୁ ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ଅପଡେଟ୍ କରାଯାଇପାରିବେ ।
ସିଏସସି ସେଣ୍ଟରରେ ହେବ ଆଧାର ଅପଡେଟ୍
ଆଧାର ଅପଡେଟ୍ କରିବା ପାଇଁ ଠିକଣା ପ୍ରମାଣପତ୍ର ଏବଂ ପରିଚୟପତ୍ର ଅପଲୋଡ୍ କରିବାକୁ ପଡିବ । ତେଣୁ, UIDAI ସ୍ପଷ୍ଟ କରିଛି ଯେ ଆଧାର ଅନଲାଇନରେ ଅପଡେଟ୍ କରିବା ଆଗାମୀ ଗୋଟିଏ ବର୍ଷ ପାଇଁ ମାଗଣା ହେବ, କିନ୍ତୁ ଅନଲାଇନ୍ ଅପଡେଟରେ କେବଳ ସୀମିତ ସୁବିଧା ଉପଲବ୍ଧ ହେବ ।