ସଂଚାର ବ୍ୟୁରୋ: ରାଜଧାନୀରେ ପୁଣି ବୁଲିଲା ଖଣ୍ଡା ଭୁଜାଲି । ଭୁବନେଶ୍ବର ଧଉଳି ଥାନା ଅନ୍ତର୍ଗତ ଲିଙ୍ଗପୁର ଛକରେ ଅପରାଧିଙ୍କ ଉନ୍ମତ୍ତ କାଣ୍ଡ । ଘର ଆଗରୁ ବାଇକ ବାହାର କରିବାକୁ କହିବାରୁ ଆକ୍ରମଣ । ଅଭିଯୁକ୍ତଙ୍କ ଆକ୍ରମଣରେ ଶିବ ପ୍ରସାଦ ସେଠୀ ଓ ଶ୍ବପ୍ନେସ୍ବର ପାଣିଗ୍ରାହୀ ଆହତ ହୋଇଛନ୍ତି। ହାପି ଭୋଇ , ଉତ୍ତମ ମହାପାତ୍ରଙ୍କ ସମେତ ୮ ରୁ ୧୦ ଜଣ ଯୁବକ ଆକ୍ରମଣ କରିଥିବା ସୂଚନା। ଆକ୍ରମଣକାରୀ ଗତ କିଛିଦିନ ତଳେ ଜେଲରୁ ଜାମିନରେ ବାହାରିଥିଲେ । ଅଭିଯୁକ୍ତ ମାନେ ଏକ କାରକୁ ଭାଙ୍ଗିବା ସହିତ କୋଲଡ୍ରିଙ୍କସ୍ ବୋତଲରେ ଆକ୍ରମଣ କରିଥିଲେ। ଶୁକ୍ରବାର ମଧ୍ୟ ରାତ୍ରିରେ ଘଟିଛି ଘଟଣା । ଶିବପ୍ରସାଦ କାର ବାହାର କରିବା ସମୟରେ ଘର ଆଗ ରାସ୍ତାରେ ବାଇକ ଥିବା ଦେଖି ହର୍ଣ୍ଣ ବଜାଇଥିଲେ। ଏଥିରେ ଅଭିଯୁକ୍ତ ମାନେ ଉତ୍ତ୍ୟକ୍ତ ହୋଇ ଆକ୍ରମଣ କରିଥିବା ସୂଚନା ମିଳିଛି।