ସଂଚାର ବ୍ୟୁରୋ: ଆଗେଇ ଆସୁଛି ଅଗ୍ରପୂଜ୍ୟ ଗଣନାଥଙ୍କ ପୂଜା। ଏନେଇ ଚଳଚଞ୍ଚଳ ଆସିକା ଅଞ୍ଚଳ । ଗଣନାଥଙ୍କ ପୂଜା ପାଖେଇ ଆସୁଥିବାରୁ ମୂର୍ତ୍ତି କାରିଗରଙ୍କ ଆଖିରେ ନିଦ ନାହିଁ । ଦିନ ରାତି ଏକ କରି ଲାଗିପଡିଛନ୍ତି ମୂର୍ତ୍ତି ତିଆରି କରିବାରେ । କିଏ କିଏ ନଡ଼ା ଭିଡୁଛନ୍ତି ତ’ ଆଉ କିଏ ମାଟିର ପ୍ରଲେପ ଦେଉଛନ୍ତି l ଆଉ କିଏ ମୂର୍ତ୍ତିରେ ରଙ୍ଗ ଲଗାଇ ଶେଷ ସ୍ପର୍ଶ ଦେଉଛନ୍ତି l ଦିନକୁ ଦିନ ବଜାରରେ ପ୍ଲାଷ୍ଟର ପ୍ୟାରିସ ଛପା ମୂର୍ତ୍ତିର ଚାହିଦା ବଢୁଥିବା ବେଳେ ମାଟି ତିଆରି ମୂର୍ତ୍ତି ଠାରୁ ମୁହଁ ଫେରାଉଛନ୍ତି ଗ୍ରାହକ । ଅଧିକ ଟଙ୍କାର ମାଟି ମୂର୍ତ୍ତିକୁ ଛାଡି କମ ଟଙ୍କାର ପ୍ଲାଷ୍ଟର ପ୍ୟାରିସ ଛପା ମୂର୍ତ୍ତିକୁ କିଣି ନେଉଛନ୍ତି ଗ୍ରାହକ । ଫଳରେ ମାଟି ମୂର୍ତ୍ତିକୁ କମ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି କାରିଗର । ଏଭଳି କି ଉଚିତ ପରିଶ୍ରମିକ ମିଳୁ ନଥିବାରୁ ବେଳେ ବେଳେ ମୂର୍ତ୍ତି ଗୁଡିକ ପଡି ରହୁଥିବାର ମଧ୍ୟ ଅଭିଯୋଗ ହୋଇଛି ।