Monday, September 29, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ରାଜ୍ୟ ସରକାରଙ୍କ ବିଫଳତାର ଲମ୍ବା ତାଲିକା ଦେଇ ଟାର୍ଗେଟ କଲେ ନବୀନ

Sanchar Live by Sanchar Live
June 10, 2025
in ରାଜନୀତି
0
ରାଜ୍ୟ ସରକାରଙ୍କ ବିଫଳତାର ଲମ୍ବା ତାଲିକା ଦେଇ ଟାର୍ଗେଟ କଲେ ନବୀନ
0
SHARES
17
VIEWS
FacebookTwitter

ସଂଚାର ବ୍ୟୁରୋ: ବିଜେପି ସରକାର ରାଜ୍ୟରେ ବର୍ଷପୂର୍ତ୍ତି ଉତ୍ସବ ପାଳନ କରୁଥିବା ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ରାଜ୍ୟ ସରକାରଙ୍କ ବିଫଳତାର ଲମ୍ବା ତାଲିକା ଦେଇଛନ୍ତି । ବିଜେପି ସରକାର କହୁଛନ୍ତି ସେମାନେ ଲୋକଙ୍କ ସରକାର । କିନ୍ତୁ ସେମାନଙ୍କ ସହ ଲୋକ ନାହାଁନ୍ତି । କେବଳ ଲମ୍ବା ଭାଷଣ କି ବଡ଼ ବଡ଼ ବିଜ୍ଞାପନରେ ବିକାଶ ହୁଏନି ବୋଲି କହିଛନ୍ତି ନବୀନ । ବିଜେଡିର ଜନଜାଗରଣ ଅଭିଯାନକୁ ଶଙ୍ଖଭବନରେ ସମ୍ବୋଧିତ କରି ଏହା କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି । ବିଜେଡି ସରକାର ଅମଳରେ ୯୦ ପ୍ରତିଶତ ଲୋକ ବିଏସକେୱାଇ ଯୋଜନାରୁ ମାଗଣା ଚିକିତ୍ସା ସୁବିଧା ପାଉଥିଲେ ।

ଏବେ ଆୟୁଷ୍ମାନ ଭାରତ ଲାଗୁ ହେବା ପରେ ଲୋକଙ୍କୁ ମେଡିସିନ ମିଳୁନି କି ମାଗଣା ଚିକିତ୍ସା ସୁବିଧା ବି ମିଳିପାରୁନି । ହଜାର ହଜାର ଲୋକ, ବୁଢାବୁଢୀ, କ୍ୟାନସର ରୋଗୀ ଓ ପିଲାମାନେ ହଇରାଣ ହେଉଛନ୍ତି । ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଛି । ରାଜ୍ୟର ୧୯ ଜିଲ୍ଲାରେ ଏବେ ସିଡିଏମଓ ନାହାଁନ୍ତି । ଏହା ହେଉଛି ବିଜେପି ସରକାରର ସଫଳତା ବୋଲି ତାତ୍ସଲ୍ୟ କରିଛନ୍ତି ନବୀନ । ମିଶନ ଶକ୍ତିରେ ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରି ଓଡିଶା ସାରା ଦେଶରେ ରେକର୍ଡ କରିଥିଲା । ବିଜେଡି ସରକାରରେ ମିଶନ ଶକ୍ତି ଏକ ଜନଆନ୍ଦୋଳନରେ ପରିଣତ ହୋଇଥିବା ବେଳେ ଗତ ବର୍ଷକ ମଧ୍ୟରେ ମିଶନଶକ୍ତି ଅଭିଯାନକୁ ଦୁର୍ବଳ କରିଦେଇଛନ୍ତି ରାଜ୍ୟ ସରକାର ।

ମାଆ ମାନଙ୍କୁ ବ୍ୟବସାୟିକ ସହଯୋଗ ମିଳିପାରୁନି । ସରକାରୀ କାର୍ଯ୍ୟାଳୟରେ ମାଆ ମାନଙ୍କ କୌଣସି କାମ ହେଉନାହିଁ । ଦୁବାଇ ଓ ସିଙ୍ଗାପୁର ଯାଇଥିବା ମାଆ ମାନେ ଏବେ ହତାଶ ହୋଇଯାଇଛନ୍ତି । ସେମାନଙ୍କ ଆତ୍ମବିଶ୍ବାସ ଭାଙ୍ଗିଯାଇଛି । ମାଆ ମାନେ ବିଜେପିକୁ ଆଉ କ୍ଷମା ଦେବେନି ବୋଲି ଚେତାଇ ଦେଇଛନ୍ତି ନବୀନ । ନିର୍ବାଚନ ସମୟରେ ବିଜେପି କହୁଥିଲା ସରକାରକୁ ଆସିଲେ କଟନୀ ଛଟନୀ ହେବନି । ସରକାରକୁ ଆସିବା ପରେ କିନ୍ତୁ କଟନୀ ଛଟନୀ ବନ୍ଦ ହୋଇନି । ମିଲରଙ୍କ ଦୟାରେ ଏବେ ଚାଷୀଙ୍କ ଭାଗ୍ଯ । ମିଲରଙ୍କର ଆଉ ସରକାରଙ୍କୁ ଭୟ ନାହିଁ । ବିଜେପି ସରକାର ସବୁ ଚାଲିଥିବା କାମକୁ ବନ୍ଦ କରିଦେଇଛନ୍ତି । ଲୋକଙ୍କ ସରକାର ବୋଲି ଦାବି କରୁଥିଲେ ବି ବିଜେପି ସରକାରରେ ଲୋକ ନାରଖାର ହେଉଛନ୍ତି ବୋଲି ନବୀନ ସମାଲୋଚନା କରିଛନ୍ତି ।

୨୦୦୦ରେ ବିଜେଡି ଦାୟିତ୍ବକୁ ନେବା ବେଳେ ରାଜ୍ୟ ୧୮ହଜାର କୋଟି ଟଙ୍କାର ଋଣ ବୋଝରେ ବୁଡି ରହିଥିଲା । ଓଭରଡ୍ରାଫ୍ଟରେ ଚାଲିଥିଲା ସରକାର । ୨୦୨୪ରେ ବିଜେଡି ଶାସନ ଦାୟିତ୍ବ ଛାଡିବା ବେଳକୁ ରାଜକୋଷରେ ୪୫ହଜାର କୋଟି ଟଙ୍କାର ବଳକା ରାଜସ୍ବ ଥିଲା । ଏବେ ରେକର୍ଡ ପରିମାଣର ଋଣରେ ବୁଡି ରହିଛି ସରକାର । ୨୦୦୫-୦୬ରେ ରାଜ୍ୟରେ ଗରିବୀ ୬୩.୮୩ ପ୍ରତିଶତ ଥିଲା । ୨୦୨୦-୨୩ରେ ଏହା ୧୧.୦୭ ପ୍ରତିଶତକୁ ହ୍ରାସ ପାଇଥିଲା । ୧ କୋଟି ୨୭ ଲକ୍ଷ ଦ୍ରାରିଦ୍ର୍ୟ ସୀମାରେଖା ଉପରକୁ ଉଠିଥିଲେ । ମାତୃ ମୃତ୍ୟୁ ହାର ଓ ଶିଶୁ ମୃତ୍ୟୁହାରକୁ ସଫଳତାର ସହ କମାଇଥିଲା ବିଜେଡି ସରକାର । ବିଜେଡି ଲୋକଙ୍କ ସହ ସବୁବେଳେ ରହିଛି । ଦଳର ନେତା ଓ ତୃଣମୂଳ ସ୍ତରରେ କର୍ମୀମାନେ ଲୋକଙ୍କ ସେବା ଜାରି ରଖିବାକୁ ନବୀନ ଆହ୍ବାନ ଦେଇଛନ୍ତି ।

Tags: bjdbjpNaveen patnaikodishaodisha politics
ShareTweetShareSend
Sanchar Live

Sanchar Live

Next Post
ସ୍କୁଲରେ ଆଖିବୁଜା ଗୁଳିମାଡ଼, ଚାଲିଗଲା ୧୧ ଜୀବନ

ସ୍କୁଲରେ ଆଖିବୁଜା ଗୁଳିମାଡ଼, ଚାଲିଗଲା ୧୧ ଜୀବନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ୩ଟି ବିଭାଗର ୪ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ମୋହର
  • ଲାଗିଲାଣି ଭିଡ଼, ଗାଁଠୁ ସହର ଉତ୍ସବ ମୁଖର
  • କାଙ୍କେର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର, ଟଳିଲେ ୩ ମାଓବାଦୀ
  • ଆସନ୍ତା ୧ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ଏସିଆ କପ : ଆଜି ଭାରତ- ପାକିସ୍ତାନ ଫାଇନାଲ ଟକ୍କର

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.