ସଂଚାର ବ୍ୟୁରୋ: ସୁଭଦ୍ରା ଯୋଜନା ନେଇ ଆସିଲା ଗାଇଡଲାଇନ୍। ସୁଭଦ୍ରା ଯୋଜନା ନେଇ ବିସ୍ତୃତ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ଗାଇଡଲାଇନ ଜାରି କଲା ମହିଳା ଓ ଶିଶୁ ବିକାଶ ବିଭାଗ। ସୁଭଦ୍ରା ଯୋଜନାରେ ଲାଭ ଉଠାଇବାକୁ ହେଲେ ଆବେଦନକାରୀ ଓଡ଼ିଶା ବାସିନ୍ଦା ହୋଇଥିବେ। ହିତାଧିକାରୀଙ୍କ ବୟସ ୨୧ ରୁ ୬୦ବର୍ଷ ମଧ୍ୟରେ ହୋଇଥିବ। ଆଧାରକାର୍ଡ ଅନୁଯାୟୀ ଜନ୍ମ ତାରିଖକୁ ଗ୍ରହଣ କରାଯିବ। ଜୁଲାଇ ୧ ତାରିଖ ସୁଦ୍ଧା ୨୧ ବର୍ଷ ହୋଇଥିଲେ ଯୋଜନାରେ ସାମିଲ ହୋଇପାରିବେ। ପରବର୍ତ୍ତୀ ବର୍ଷ ଗୁଡ଼ିକ ଲାଗି ଯୋଗ୍ୟତା ତାରିଖ ପରେ ନିର୍ଦ୍ଧାରିତ ହେବ।