ପେଟ୍ରୋଲ ଏବଂ ଡିଜେଲ ଦାମ୍ ପ୍ରତିଦିନ ବଦଳିଥାଏ । ଆଜି ଅଏଲ ମାର୍କେଟିଂ କମ୍ପାନୀମାନେ ଦେଶର ସମସ୍ତ ରାଜ୍ୟ ପାଇଁ ପେଟ୍ରୋଲ-ଡିଜେଲ ଦାମ୍ ଜାରି କରିଦେଇଛନ୍ତି । ତଦନୁସାରେ ଦେଶର ଅନେକ ରାଜ୍ୟରେ ଆଜି ପେଟ୍ରୋଲ ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଏହା ବ୍ୟତୀତ କିଛି ଏମିତି ରାଜ୍ୟ ଅଛି ଯେଉଁଠି ପେଟ୍ରୋଲ ଏବଂ ଡିଜେଲ ଦାମରେ କୌଣସି ପରିବର୍ତ୍ତନ ହୋଇନି । ଚାଲନ୍ତୁ ଜାଣିବା ଆଜି ଦେଶର ପ୍ରମୁଖ ସହରରେ ପେଟ୍ରୋଲ-ଡିଜେଲ ଦାମ୍…
ଆଜି ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧.୩୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୨ . ୯୨ ପଇସା ରହିଛି । ଏପରିକି ଦେଶର ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି ।
ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୭୭ ପଇସା ଓ ଡିଜେଲ ଦର ୮୭ ଟଙ୍କା ୬୭ ପଇସା ହୋଇଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୫୦ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୦.୦୩ ଟଙ୍କା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୫ . ୪୧ ଟଙ୍କା ଥିବାବେଳେ ଡିଜେଲ ଦର ୯୨ ଟଙ୍କା ୩୯ ପଇସା ରହିଛି । ଚେନ୍ନାଇରେ ପେଟ୍ରୋଲ ଦର ୧୦୦ ଟଙ୍କା ୮୦ ପଇସା ଥିବା ବେଳେ ଡିଜେଲ ଦାମ ୯୨ ଟଙ୍କା ୩୯ ପଇସା ରହିଛି ।
ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ । ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ ।