ସଂଚାର ବ୍ୟୁରୋ: ବରଗଡ଼ ଜିଲ୍ଲା ପାଇକମାଳ ଗନ୍ଧମାର୍ଦ୍ଦନ ସଂରକ୍ଷିତ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ । ବରଗଡ଼ DVF ଦ୍ଵାରା ଅପରେସନ ବେଳେ ଜବତ ହୋଇଛି ମାଓ ସାମଗ୍ରୀ । ଗତ ଗତ ୩୦-୩୧ ତାରିଖ ଏହି ଅପରେସନ କରାଯାଇଥିଲା । ଗତବର୍ଷ ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀଙ୍କ ତଥ୍ୟ ଅନୁଯାଇ ଅପରେସନ କରିଥିଲା DVF । ଅପରେସନ ବେଳେ ମାଓବାଦୀଙ୍କ ବ୍ୟବହୃତ କପଡ଼ା, ମେଡିସିନ, ଲାଲ ବ୍ୟାନର, ଟର୍ଚ୍ଚ, ମାଓ ପୁସ୍ତକ, ଛତା, ବିସ୍ଫୋରକ, ବ୍ୟାଟେରୀ, ମୋବାଇଲ ଚାର୍ଜର, ୱାକି ଟକି ଚାର୍ଜର, ଡିଟୋନେଟର, ପ୍ରେସର୍ କୁକର, ଟିଫିନ୍ ବକ୍ସ ଆଦି ଜବତ କରାଯାଇଛି । ତେବେ BBM ଡିଭିଜନର ମାଓବାଦୀ ମାନେ ପୂର୍ବରୁ ଏହି ସାମଗ୍ରୀ ଗୁଡ଼ିକୁ ଲୁଚେଇ ରଖିଥିବା ବରଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମୀନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।