ସଂଚାର ବ୍ୟୁରୋ: ଘମାଘୋଟ ଆକ୍ରମଣ ଭିତରେ ରୁଷ ଓ ୟୁକ୍ରେନ ମଧ୍ୟରେ ଦ୍ବିତୀୟ ପର୍ଯ୍ଯାୟ ଆଲୋଚନା। ତୁର୍କୀର ଇସ୍ତାନବୁଲରେ ଦୁଇ ପକ୍ଷ ମଧ୍ଯରେ ହୋଇଛି ଆଲୋଚନା। ମାତ୍ର ଘଣ୍ଟାଏ ମଧ୍ଯରେ ଦୁଇ ପକ୍ଷ ମଧ୍ଯରେ ସରିଛି ଆଲୋଚନା। ରୁଷର ଆଣବିକ ସାମର୍ଥ୍ୟସମ୍ପନ୍ନ ସ୍ଥଳୀ ଉପରେ ୟୁକ୍ରେନର ଡ୍ରୋନ ଆଟାକ ପରେ ଏହି ବୈଠକ ବସିଥିଲା। ୨୦୨୨ ପରେ ଦୁଇ ରାଷ୍ଟ୍ର ମଧ୍ଯରେ ଏହି ଆଲୋଚନା ଦ୍ବିତୀୟ ଥର ଲାଗି ହୋଇଥିଲା। ପ୍ରଥମ ଥର ଲାଗି ରୁଷର ସାଇବେରିଆ ଉପରେ ୟୁକ୍ରେନର ବଡ଼ଧରଣର ହମଲା ପରେ ଏହି ଆଲୋଚନା ହୋଇଥିଲା। ୟୁକ୍ରେନର ଏହି ହମଲା ପରେ ରୁଷର ବିପୁଳ ସାମରିକ କ୍ଷୟକ୍ଷତି ଘଟିଥିବା ଆକଳନ କରାଯାଇଛି। ତେବେ ଦୁଇ ଦେଶ ମଧ୍ଯରେ ଯୁଦ୍ଧ ବନ୍ଦ ପ୍ରସଙ୍ଗରେ ସେପରି କୌଣସି ସହମତି ହୋଇପାରିନଥିବା ସୂଚନା ମିଳିଛି। ଉଭୟ ରାଷ୍ଟ୍ର ପରସ୍ପର ଉପରେ ମିସାଇଲ ଓ ଡ୍ରୋନ ଷ୍ଟ୍ରାଇକ ଜାରି ରଖିଥିବାବେଳେ ଆଗକୁ ଏହି ହମଲା ଜୋର ହେବା ଆଶଙ୍କା କରାଯାଉଛି। ଏହି ବୈଠକରେ ରୁଷ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ ଭ୍ଲାଦିମିର ମେଦିନସ୍କିଙ୍କ ନେତୃତ୍ବାଧୀନ ଟିମ।