ସଂଚାର ବ୍ୟୁରୋ: ବଲାଙ୍ଗୀର ସହରରେ ବହୁ ଧୁମଧାମରେ ପାଳନ ହୋଇଛି ଶୀତଳଷଷ୍ଠୀ ଯାତ୍ରା I ବିବାହ ସମ୍ପର୍ଣ୍ଣ ପରେ ଦେବ ଦମ୍ପତିଙ୍କ ନଗର ପରିକ୍ରମା କରି ପୁଣି ମନ୍ଦିରକୁ ବାହୁଡିଛନ୍ତି I ସକାଳୁ ବିଭିନ୍ନ ପୂଜାକମିଟି ପକ୍ଷରୁ ଦେବ ଦମ୍ପତି ନଗର ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲେ I ଯୁଗଳ ମୂର୍ତ୍ତୀ ଦର୍ଶନ ରାସ୍ତା ଲୋକାରଣ୍ୟ ହୋଇଥିଲା I ସହରର ୧୧ ଟି ପୂଜା କମିଟି ପକ୍ଷରୁ ନଗର ପରିକ୍ରମା ଆୟୋଜନ କରାଯାଇଥିଲା I ବାଇନାଚ ସହ ରଙ୍ଗାରଙ୍ଗ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ରାସ୍ତାରେ ଲୋକଙ୍କ ଭିଡ ଜମିଥିଲା I ସହରରେ ଟ୍ରାଫିକ୍ ସମସ୍ୟା ଓ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ I ବଲାଙ୍ଗୀର ଏସ୍ପିଙ୍କ ତତ୍ତ୍ଵାବଧାନରେ ଜଣେ ଅତିରିକ୍ତ ଏସପି, ୪ ଡିଏସପି ସହ ୩୯ ପୋଲିସ ଅଧିକାରୀ, ପାଖାପାଖି ୬ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୯୯ ଜଣ ହୋମଗାର୍ଡ ନିୟୋଜିତ ହୋଇଥିଲେ I