ତମାଖୁ ଜନିତ କ୍ୟାନ୍ସର ବା ମୁଖ ଗହ୍ବର ଭାରତ ଦ୍ୱିତୀୟ ସ୍ଥାନରେ । କିନ୍ତୁ ଚିନ୍ତାର କାରଣ ଏହି କ୍ୟାନ୍ସର ସଂଖ୍ୟା ଓଡ଼ିଶା ପ୍ରଥମ । ପ୍ରତି ଶହେ ଜଣରେ ୨୦ରୁ ୩୦ ପ୍ରତିଶତ ତମାଖୁ ରୋଗୀ ଅଛନ୍ତି । ଯେଉଁ ତଥ୍ୟ ସାରା ବିଶ୍ବ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ମୁଖ କ୍ୟାନ୍ସର ପରେ ଲଙ୍ଗ୍ସ ବା ଖାଦ୍ୟନଳୀରେ କ୍ୟାନ୍ସର ବ୍ୟାପିବାରେ ଲାଗିଛି । ଦିନକୁ ଦିନ ପାନ, ବିଡ଼ି, ଗୁଟଖା, ସିଗାରେଟ, ବିଡ଼ିର ବ୍ୟବହାର ବଢ଼ି ଚାଲିଥିବାବେଳେ ଏହାକୁ ସେବନ କରିବା ସଂଖ୍ୟା ମଧ୍ୟ ବଢୁଛି । ଏ ନେଇ ସୋଆର ଇନଷ୍ଟିଚ୍ୟୁଟ ଅଫ୍ ଡେଣ୍ଟାଲ ସାଇନ୍ସର ଓରାଲ୍ ପଥୋଲୋଜି ଏବଂ ମାଇକ୍ରୋବାଇଓଲୋଜି ପକ୍ଷରୁ ଆୟୋଜିତ ହୋଇଛି ବିଶ୍ବ ତମାଖୁ ବର୍ଜନ ଦିବସ । ଚଳିତ ବର୍ଷ ବ୍ରାଇଟ୍ ପ୍ରଡକ୍ଟ ଡାର୍କ ଇଣ୍ଟେନସନ (Bright products. Dark intentions) ଥିମରେ ଏହି ଦିବସକୁ ପାଳନ କରାଯାଉଛି। ଆକର୍ଷିତ କଲା ଭଳି ତମାଖୁ ପ୍ୟାକେଟ ବିକ୍ରି ହେଉଥିବାବେଳେ ଯୁବ ପିଢ଼ି ବେଶୀ ଏଥିପ୍ରତି ଆକର୍ଷିତ ହେଉଥିବା ଜଣାପଡ଼ିଛି । ଏ ନେଇ ସଚେତନ କରିଛି ବିଭାଗ ।
ଏହି ଅବସରରେ ପଦ୍ମଶ୍ରୀ ପ୍ରଫେସର ଡ.ଅଶୋକ ମହାପାତ୍ର ଯୋଗଦେଇ ତମାଖୁ ଜନିତ କ୍ୟାନ୍ସରର ଭୟାବହତା ଉପରେ ବାର୍ତ୍ତା ରଖିଥିଲେ। ଯିଏ ଏହି ଅଭ୍ୟାସରେ ପଡ଼ିବ ସୁସ୍ଥ ଜୀବନ ବଞ୍ଚି ପାରିବ ନାହିଁ ବୋଲି କହିଛନ୍ତି । ଯଦି ଆପଣ ମୁଖ କର୍କଟ ରୋଗରୁ ଭଲ ହୋଇ ବି ଜାଆନ୍ତି କିନ୍ତୁ ହାର୍ଟ ଅଟାକ୍ ଭଳି ରୋଗରୁ ଦୂରେଇ ପାରିବେ ନାହିଁ ବୋଲି କହିଛନ୍ତି । ଭୁବନେଶ୍ବର ids ହସ୍ପିଟାଲ୍ ପରିସରରେ ଏହି କାର୍ଯ୍ୟକ୍ରମ କରାଯାଉଥିବା ବେଳେ ହସ୍ପିଟାଲ୍ କୁ ଆସୁଥିବା ଲୋକେ ମଧ୍ୟ ସଚେତନ ହେଉଥିଲେ । ଏହି ଅବସରରେ ଅସୋଷିଏଟ ଡିନ ପ୍ରଫେସର ଡ. ଅଭିଜିତା ମହାପାତ୍ର, ମେଡିକାଲ ଛାତ୍ରଛାତ୍ରୀ, ବିଭାଗୀୟ ଡାକ୍ତର ପ୍ରଫେସର ପ୍ରମୁଖ ଉପସ୍ଥିତ ଥିଲେ ।
ସେପଟେ ମନସ୍ତତ୍ତ୍ବଚିକିତ୍ସା ବିଭାଗ ଏବଂ ନିଶା ନିବାରଣ ବିଭାଗ ମଧ୍ୟ ଏହି ସଚେତନତା କାର୍ଯ୍ୟକ୍ରମକୁ ଅଧିକ ଫୋକସ୍ ଦିଆଯାଇଛି । ସମ୍ ହସ୍ପିଟାଲ୍ ମନସ୍ତତ୍ତ୍ବଚିକିତ୍ସା ବିଭାଗ ସେମିନାର ହଲ ପରିସରରେ “Unmasking the appeal” ଥିମ୍ ରେ ଏହି କାର୍ଯ୍ୟକ୍ରମ କରାଯାଇଥିବାବେଳେ ସୁନ୍ଦର ପ୍ୟାକେଟରେ ବିକ୍ରି ହେଉଥିବା ତମାଖୁଠାରୁ ଦୂରେଇ ରହିବା ପାଇଁ ଆହ୍ବାନ ଦିଆଯାଇଥିଲା । ଏହି ଅବସରରେ ମେଡ଼ିକାଲ ସୁପରିଣ୍ଟେଣ୍ଡାଣ୍ଟ ପ୍ରଫେସର ଡ. ପୁଷ୍ପରାଜ ସାମନ୍ତସିଂହାର, ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ଡ. ଶୁଭେନ୍ଦୁ ନାରାୟଣ ମିଶ୍ର, ଅଶୋସିଏଟ ପ୍ରଫେସର ଡ. ଅମୀୟ ସାହୁ, ଡ. ଜିତେନ୍ଦ୍ରିୟ ବିଶ୍ବାଳଙ୍କ ସମେତ ପିଜି ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ଏହି ରୋଗରୁ ନିରାକରଣ ନେଇ ମତ ରଖିଥିଲେ ।