ସଂଚାର ବ୍ୟୁରୋ: ପାକିସ୍ତାନ ଗୁପ୍ତଚରଗିରି ମାମଲାରେ ବନ୍ଧାହୋଇଥିବା ହରିୟାଣାର ଜ୍ୟୋତି ମାଲହୋତ୍ରାଙ୍କ ପାଇଁ ଲଢ଼ିବେ ଓକିଲ । ସେଥିପାଇଁ ଓକିଲ କୁମାର ମୁକେଶ ଜ୍ୟୋତି ମାଲହୋତ୍ରାଙ୍କ ମାମଲା ଲଢ଼ିବେ । ଓକିଲ କୁମାର ମୁକେଶ ଜ୍ୟୋତି ମାଲହୋତ୍ରାଙ୍କ କେସ ନେବାପରେ କୋର୍ଟରେ ତାଙ୍କର ଓକିଲାତିନାମା ଦାଖଲ କରିଛନ୍ତି । ପୋଲିସ ଜ୍ୟୋତି ମାଲହୋତ୍ରାଙ୍କ ଆର୍ଥିକ କାରବାରର ତଦନ୍ତ କରୁଛି । ପରବର୍ତ୍ତୀ ତାରିଖରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି କରାଯାଇପାରେ ।