ସାମ୍ପ୍ରତିକ ସଂଘର୍ଷରେ ଡ୍ରୋନର ବହୁଳ ବ୍ୟବହାର କରାଯାଉଛି। ଭାରତ ଏବଂ ପାକିସ୍ତାନ ଉଭୟ ଡ୍ରୋନ ଅସ୍ତ୍ରଶସ୍ତ୍ର ଦୌଡ଼ରେ ସାମିଲ ହୋଇଛନ୍ତି। ଏଥିପାଇଁ ପାକିସ୍ତାନ ଚୀନ୍ ଏବଂ ତୁର୍କୀ ଉପରେ ନିର୍ଭରଶୀଳ ଥିବା ବେଳେ ଭାରତ ଘରୋଇ ଶିଳ୍ପରେ ନିବେଶ କରିବାକୁ ନିଷ୍ପତ୍ତି ନେଇଛି। ଅପରେସନ୍ ସିନ୍ଦୂର ପୂର୍ବ ତୁଳନାରେ ଆଗାମୀ ଏକରୁ ଦୁଇ ବର୍ଷ ମଧ୍ୟରେ ଘରୋଇ ଭାବରେ ଡ୍ରୋନ ଉତ୍ପାଦନ ବୃଦ୍ଧି କରିବା ପାଇଁ ଭାରତ ପ୍ରାୟ ତିନି ଗୁଣ ଅର୍ଥାତ୍ ପ୍ରାୟ ୪୦୦୦ କୋଟି ଟଙ୍କା ନିବେଶ କରିପାରେ।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ଉଭୟ ଦେଶର ସୁରକ୍ଷା ଅଧିକାରୀ, ଶିଳ୍ପ କାର୍ଯ୍ୟନିର୍ବାହୀ ଏବଂ ବିଶ୍ଳେଷକଙ୍କ ସମେତ ୧୫ ଜଣଙ୍କ ସାକ୍ଷାତକାର ନେଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣ କହିଛନ୍ତି ଯେ ଉଭୟ ପରମାଣୁ ଶକ୍ତି ସମ୍ପନ୍ନ ପଡ଼ୋଶୀ ଡ୍ରୋନ ଅଧିକ ବ୍ୟବହାର କରନ୍ତି କାରଣ ଛୋଟ ଡ୍ରୋନ ଆକ୍ରମଣ ସୈନିକଙ୍କୁ ବିପଦରେ ପକାଇବା କିମ୍ବା ଅନିୟନ୍ତ୍ରିତ ଉତ୍ତେଜନା ସୃଷ୍ଟି ନକରି ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରିପାରେ।
ଭାରତରେ ୫୫୦ରୁ ଅଧିକ କମ୍ପାନୀର ପ୍ରତିନିଧିତ୍ୱ କରୁଥିବା ଡ୍ରୋନ୍ ଫେଡେରେସନ୍ ଇଣ୍ଡିଆର ସ୍ମିତ ଶାହ କହିଛନ୍ତି ଯେ ଭାରତ ଆଗାମୀ ୧୨ ରୁ ୨୪ ମାସ ମଧ୍ୟରେ ଡ୍ରୋନ୍ ପାଇଁ ୪୭୦ ନିୟୁତ ଡଲାରରୁ ଅଧିକ ଖର୍ଚ୍ଚ କରିପାରିବ। ଭାରତ ଏହି ମାସରେ ଜରୁରୀକାଳୀନ ସାମରିକ କ୍ରୟ ପାଇଁ ୪.୬ ବିଲିୟନ ଡଲାର ମଞ୍ଜୁର କରିଛି। ଏହି ବିଷୟ ସହିତ ପରିଚିତ ଦୁଇଜଣ ଅଧିକାରୀ କହିଛନ୍ତି ଯେ ଏହି ଟଙ୍କାର କିଛି ଅଂଶ ଯୁଦ୍ଧ ଏବଂ ନିରୀକ୍ଷଣ ଡ୍ରୋନ୍ ପାଇଁ ଖର୍ଚ୍ଚ କରାଯାଇପାରିବ।