ସଂଚାର ବ୍ୟୁରୋ: ଜଲିଉଡ ଜଗତରେ ଏଣ୍ଟ୍ରି କରିବାକୁ ଯାଉଛି ଆଉ ଏକ ଯାତ୍ରାପାର୍ଟି । ଆସନ୍ତା ୨୦୨୫-୨୬ ବର୍ଷ ପାଇଁ ଯଲିଉଡରେ ନୂଆ ଯାତ୍ରାପାର୍ଟି ଯାତ୍ରା ଓଁକାର ଶୁଭାରମ୍ଭ ହେବାକୁ ଯାଉଛି । ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏହା କହିଛନ୍ତି ଯାତ୍ରାପାର୍ଟିର ପ୍ରଯୋଜକ ପ୍ରମୋଦ କୁମାର ସ୍ୱାଇଁ । ଏହି ଅବସରରେ ଭୁବନେଶ୍ୱର ରଘୁନାଥପୁରରେ ଏକ ସାମ୍ବାଦିଜ ସମ୍ମିଳନୀରେ ପ୍ରଯୋଜକ, ନିର୍ଦ୍ଦେଶକ, ସଂଗୀତ ନିର୍ଦ୍ଦେଶକ ଓ ନାଟ୍ୟ ରଚୟିତାଙ୍କ ସମେତ କଳାକାର ଓ ଟେକ୍ନିସିଆନ ଯୋଗ ଦେଇଥିଲେ । ସେହିଭଳି ନାଟ୍ୟକାର ଲାଲା ବିରେନ ରାୟ, ଅରୁଣ ବାରିକ, ପ୍ରଦୀପ ବେହେରା, କୈଳାଶ ମଲ୍ଲିକ, ନିଗମ ମିଶ୍ର, ବିକାଶ ଶୁକ୍ଲା, ମିହିର ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ଏହି ଅବସରରେ ନୂଆ ନାଟକର ନାମ ଘୋଷଣା କରାଯାଇଥିଲା । ଯାହାର ଟାଇଟଲ ରହିଛି ‘ମା ଧାନକୁଟି ପୁଅ ନାଗର’ । ଏହାକୁ ରଚନା କରିଛନ୍ତି ଅରୁଣ ବାରିକ । ଆଗକୁ ଆଉ ତିନିଟି ନାଟକର ନାମ ଘୋଷଣା କରାଯିବ । ଆସନ୍ତା ଜୁନ ୨୦ ରୁ ୨୫ ତାରିଖ ଭିତରେ ଆଖଡ଼ା ଆରମ୍ଭ କରାଯିବ । ଜୋରସୋରରେ ଚାଲିବ ରିହର୍ସାଲ ।

