ସଂଚାର ବ୍ୟୁରୋ: ସାନଖେମୁଣ୍ଡି ଡେଙ୍ଗାଉସ୍ତା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏଏନଏମ ମଧୁସ୍ମିତା ପଟ୍ଟନାୟକ ଗିରଫ। ଚିକିତ୍ସାରେ ଅବହେଳା ଅଭିଯୋଗରେ ଗିରଫ କରିଛି ଦିଗପହଣ୍ଡି ଥାନା ପୋଲିସ l ଗତ ୧୧ ତାରିଖ ରାତିରେ ସିଙ୍ଗିପୁର ଗାଁର ଜଣେ ପ୍ରସୂତି ଡେଲିଭରି ପାଇଁ ସାହାରା ନର୍ସିଂ ହୋମରେ ଭର୍ତ୍ତି ହୋଇଥିଲେ l ମୃତ ଶିଶୁ ଜନ୍ମ ହେବା ପରେ ପ୍ରସୂତିଙ୍କୁ ବ୍ରହ୍ମପୁରକୁ ରେଫର କରାଯାଇଥିଲା l କିନ୍ତୁ ସେଠାରେ ମାଆର ମଧ୍ୟ ମୃତ୍ୟୁ ହୋଇଥିଲା l ଏହାପରେ ମୃତ ମହିଳାଙ୍କ ସ୍ୱାମୀ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ l ତଦନ୍ତ କରି ଏଏନଏମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।