ସଂଚାର ବ୍ୟୁରୋ: ଖୁବ ଶୀଘ୍ର ଶେଷ ହୋଇପାରେ ରୁଷ -ୟୁକ୍ରେନ ଯୁଦ୍ଧ । ଅଢ଼େଇ ଘଣ୍ଟା କଥା ହେଲେ ଆମେରିକା ଓ ରୁଷ ରାଷ୍ଟ୍ରପତି । ଯୁଦ୍ଧ ବନ୍ଦ ନେଇ ବିସ୍ତୃତ ଆଲୋଚନା କରିଛନ୍ତି ଦୁଇ ନେତା । ପୁଟିନଙ୍କୁ ଫୋନ୍ କରିଥିଲେ ଟ୍ରମ୍ପ । ଆଲୋଚନା ପରେ ଉଭୟ ପୁଟିନ ଓ ଟ୍ରମ୍ପ ଗଣମାଧ୍ୟମରେ ବିବୃତ୍ତି ରଖିଛନ୍ତି । ଆଲୋଚନା ଅତ୍ୟନ୍ତ ଫଳପ୍ରଦ ଓ ଗଠନମୂଳକ ଥିଲା ବୋଲି କହିଛନ୍ତି ପୁଟିନ । ସମ୍ଭାବ୍ୟ ଶାନ୍ତି ଚୁକ୍ତି ପାଇଁ ସିଧା ସଳଖ ରୁଷ ଓ ୟୁକ୍ରେନ ମଧ୍ୟରେ ଆଲୋଚନାକୁ ଆମେରିକାର ସମର୍ଥନ ପାଇଁ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୁଟିନ ।
ଉଭୟ ରୁଷ ଓ ୟୁକ୍ରେନକୁ ଶାନ୍ତି ପାଇଁ କିଛି ସାଲିସ କରିବାକୁ ହେବ ବୋଲି ପୁଟିନ କହିଛନ୍ତି । ଟ୍ରମ୍ପ କହିଛନ୍ତି, ରୁଷ ଓ ୟୁକ୍ରେନ ତୁରନ୍ତ ଯୁଦ୍ଧ ବିରତି ଆଲୋଚନା କରିବେ । ଖୁବ ଶୀଘ୍ର ଶେଷ ହୋଇପାରେ ଯୁଦ୍ଧ । ଆଗାମୀ ଦିନରେ ବିପୁଳ ବାଣିଜ୍ୟ ସମ୍ଭାବନା ଥିବା ଟ୍ରମ୍ପ କହିଛନ୍ତି । ଅନ୍ୟପଟେ ଜେଲେନସ୍କି କହିଛନ୍ତି, ଖୁବ ଶୀଘ୍ର ଯୁଦ୍ଧ ଶେଷ କରିବାକୁ ଚାହୁଁଛି ୟୁକ୍ରେନ । କିନ୍ତୁ ଆମେ ନିଶ୍ଚିତ ନୁହେଁ ଯେ, ଏଥିପାଇଁ ରୁଷ ପ୍ରସ୍ତୁତ ଅଛି କି ନାହିଁ ।
ଟ୍ରମ୍ପଙ୍କ ବ୍ୟକ୍ତିଗତ ଚାପ ଏବଂ ୟୁରୋପୀୟ ଶକ୍ତିମାନଙ୍କ ବାରମ୍ବାର ଚେତାବନୀ ସତ୍ତ୍ୱେ, ପୁଟିନ, ଯାହାଙ୍କ ସୈନ୍ୟବାହିନୀ ୟୁକ୍ରେନକୁ ନିୟନ୍ତ୍ରଣ କରୁଛନ୍ତି ଏବଂ ଆଗକୁ ବଢ଼ୁଛନ୍ତି । ଯୁଦ୍ଧ ସମାପ୍ତ କରିବା ପାଇଁ ତାଙ୍କର ସର୍ତ୍ତରେ ଦୃଢ଼ ରହିଛନ୍ତି ।